ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧୀନ ଗୋଲାପଡା ଓ ବେଲଗୁଣ୍ଠା ଇଲାକାରେ ଇଲେକ୍ଟ୍ରିକ୍ ତାର ଚୋରି ଅଭିଯୋଗରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି । ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରିକ୍ ତାର ଚୋରି କରୁଥିବା ବେଳେ ଗତ କିଛି ଦିନ ତଳେ ଗୋଲାପଡାର ଦିଲ୍ଲୀପ କୁମାର ପଣ୍ଡାଙ୍କ ଇଲେକ୍ଟ୍ରିକ୍ ତାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପୁଲିସ ତିନି ଅଭିଯୁକ୍ତକୁ ଗିରଫ କରିବା ସହ ଚୋରୀ ତାର ଜବତ କରିଛି । ଅଭିଯୁକ୍ତମାନେ ହେଲେ ନୟାଗଡ ଥାନା ଅଞ୍ଚଳର ଗଙ୍ଗା ନାୟକ, ଗୋବିନ୍ଦ ପ୍ରଧାନ ଓ ଭଞ୍ଜନଗର ଥାନା ଅଞ୍ଚଳର କେଶବ ନାୟକ। ଏନେଇ କେସ ନଂ ୬୯୫/୨୪ ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନାଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି l