ଜିଲ୍ଲା ପ୍ରଶାସନର ମହାନତା, ନିଜ ପରିବାରକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଶରୀର…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ପ୍ରଶାସନର ମହାନତାରେ ନିଜ ପରିବାରକୁ ଫେରିଲା ବିଜୟ ଚନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ଶରୀର । ନିଜ ପରିବାରକୁ ପ୍ରତିପୋଷଣ କରିବାକୁ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଦାଦନ ଶ୍ରମିକଙ୍କ ମୃତ୍ୟ ଖବର ଆସି ପହଞ୍ଚିଛି ନିଜ ପରିବାରକୁ । ତୁମୁଡିବନ୍ଧ ବ୍ଲକ କୁର୍ତ୍ତମଗଡ ଗ୍ରାମର ବିଜୟ ଚନ୍ଦ୍ର ମଲ୍ଲିକ ବୟସ ପ୍ରାୟ 42 ବର୍ଷ ବହୁତ ବର୍ଷ ହେବ ବାରଖମ ରହି ଆସୁଥିଲେ l ପରିବାରରେ ସ୍ୱାମୀ, ସ୍ତ୍ରୀ, ପୁଣି ବିଧବା ମା ସହିତ ଦୁଇ ପୁଅ ନିଜ ପରିବାକୁ ପ୍ରତିପୋଷଣ କରିବାକୁ ଯାଇ ନିଜ ପରିବାରକୁ ଛାଡି କେରଳ ରାଜ୍ୟରେ ଦାଦନ ଖଟିବାକୁ ଯାଇଥିଲେ । ମାତ୍ର 20/25 ଦିନ ହେବ ସେ କେରଳ କାମ କରୁଥିଲେ l ହେଲେ ଦେହ ଖରାପ ହେବାରୁ ମେଡିକାଲରେ ଚିକିତ୍ସାଚିତ ହେବାବେଳେ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ । ସେହି ମୃତ୍ୟୁ ଶରୀରକୁ ନିଜ ଘରକୁ ଆଣିବା ପାଇଁ କନ୍ଧମାଳ ସଂସଦ ସୁକାନ୍ତ ପାଣିଗ୍ରାହୀ ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ । ସାଂସଦ ଏବଂ ଜିଲ୍ଲା ପ୍ରଶାସନ ନିବେଦନକୁ ରକ୍ଷା କରି ମୃତ ଶରୀରକୁ ନିଜ ପରିବାର ପାଖକୁ ଆଣିବା ପାଇଁ ସାହାଯ୍ୟ କରିଥିଲେ । କେରଳରୁ ଭୁବନେଶ୍ୱରକୁ ବିମାନ ଯୋଗେ ଆଣିଥିଲେ ଏବଂ ଭୁବନେଶ୍ୱରରୁ ନିଜ ପରିବାରକୁ ହସ୍ତାନ୍ତର କରିଥିଲେ । ଆଜି ମଧ୍ୟ୍ୟ ଲୋକ ବେରୋଜଗାରରୁ ନିଜ ରାଜ୍ୟରେ କାମ ଧନ୍ଦା କିଛି ନ  ଥିବାରୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏପ୍ରକାର ସ୍ଥିତି ଘଟୁଥିବା କହିଛନ୍ତି ଅଞ୍ଚଳ ବାସୀ । ନିଜ ପରିବାରକୁ ମୃତ୍ୟୁ ଶରୀରକୁ ଆଣିବାରେ ସାହାଯ୍ୟ କରିଥିବାରୁ  ପ୍ରଶାସନକୁ ଧନ୍ୟବାଦ ଜଣେଇଛନ୍ତି ଗ୍ରାମବାସୀ ଏବଂ ପରିବାର ଲୋକେ ।