ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ବାବୁ, ୪ଲକ୍ଷ ୯୨ ହଜାର ଟଙ୍କା ଧରି ଯାଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଗୋଲାମୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସନ୍ଧ୍ୟାରେ ଭବାନୀପାଟଣା ପଟୁ ଗୋଲାମୁଣ୍ଡା ଯାଉଥିବା ବେଳେ ଜାରିଙ୍ଗ ଛକ ନିକଟରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତିକଙ୍କ ଗାଡିକୁ ଅଟକାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରିଥିଲେ । ବିଡ଼ିଓ ଅକ୍ଷମିତା କାର୍ତିକ ଗାଡି ନମ୍ବର ଓଡ଼ି ୦୨ ସିଏଚ ୨୪୨୪ ବଲେରୋ ଗାଡିରେ ୪ଲକ୍ଷ ୯୨ ଲକ୍ଷଟଙ୍କା ନେଉଥିବା ନେଇ ଆଗରୁ ଭିଜିଲାନ୍ସ ଛକି ବସିଥିଲେ । ଏହି ଟଙ୍କା କାହାର ବୋଲି ପଚାରିବାରୁ ସଠିକ ଉତ୍ତର ଦେଇ ନ ପାରିଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ବିଡ଼ିଓଙ୍କ ବ୍ୟତୀତ ଏହି ଗାଡିରେ ଥିବା ଏପିଓ କ୍ଷେତ୍ରମୋହନ ମାଝୀ, ବ୍ଲକ ପ୍ରୋଗ୍ରାମ କୋଡ଼ିନେଟର ମଧୁସୂଦନ ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖିଥିବା ଜଣାପଡିଛି । ସେହିଭଳି ଅକ୍ଷମିତା କାର୍ତ୍ତିକଙ୍କ ପୈତୃକ ଘର କୋରାପୁଟ, ଭୁବନେଶ୍ୱର, ରାୟଗଡ଼ା ଏବଂ ଗୋଲାମୁଣ୍ଡା ବ୍ଲକର ଦୁଇ ଜାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଡ଼ିଓ ଅକ୍ଷମିତା କାର୍ତ୍ତିକ ତେନ୍ତୁଳୀଖୁଣ୍ଟି ବ୍ଳକରେ ମଧ୍ୟ ଟଙ୍କା ଖାଇ ନିଲମ୍ବନ ହୋଇ ଥିଲେ ଓ ରାୟଗଡା ଜିଲ୍ଲା ଅଧିନ ଗୁଣପୁର ତହସିଲଦାର ଥିବା ସମୟରେ ମଧ୍ୟ ଲାଞ୍ଚ ଖାଇ ଆଇନଜୀବୀମାନଙ୍କ ସହ ଝଗଡା କରି ଥାନାରେ ମଧ୍ୟ ଶ୍ରୀମତୀ କାର୍ତିକ ମେଡମଙ୍କ ନାମରେ କେସ ହୋଇ ଥିଲା । ବିଡ଼ିଓ ମହାଶୟା ପୂର୍ବରୁ ନବରଙ୍ଗପୁର ଜିଲ୍ଲା କୋଷାକୁମଡ଼ା ବ୍ଲକରେ କୋଭିଡ ଟଙ୍କା ଆତ୍ମ ସାତ କରି ନିଲମ୍ବନ ହୋଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ । ବର୍ତ୍ତମାନ ଶ୍ରୀମତୀ କାର୍ତ୍ତିକ ଗୋଲାମୁଣ୍ଡା ସିସିପିଓ ଦାୟିତ୍ୱରେ ମଧ୍ୟ ଥାଇ ଛତୁଆ ଟଙ୍କା ଖାଉ ଥିବା ଅଭିଯୋଗ ହେଉଥିଲା ।