ଅନୁସନ୍ଧାନ ଭାରତ(ବ୍ୟୁର): କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆ ଯାଉ ଥିବାର ଦୃଶ୍ୟ ଦେଖିବାକୁ ମିଳୁଛି I ସାଧାରଣ ଜନତା ପେଟ ପାଇଁ ଭିନ୍ନ ଭିନ୍ନ ଉପାୟରେ ରୋଜଗାର କ୍ଷମ ହୋଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି I ଠିକ ସେହିଭଳି ଜଣେ ମହିଳା ହେଉଛନ୍ତି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର -11 ହାତୀବାଲି ସାହିର ମିନା କୁମାରୀ ବୟସ 50 ବର୍ଷ I ତାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ମିନା କୁମାରୀ ନିଜର ପରିବାର ଗୁଜରାଣ କରିବା ପାଇଁ ମହିଳା ମିସ୍ତ୍ରୀ ଭାବେ କାମ କରୁଛନ୍ତି I ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି I ସେ ମହିଳା ସଶକ୍ତିକରଣର ଉଦାହରଣ ସୃଷ୍ଟି କରିଛନ୍ତି I ମିନା କୁମାରୀ ଦୈନିକ 7 ଘଣ୍ଟା ନିଜର ଶ୍ରମଦାନ କରି 500 ଟଙ୍କା ପାରିଶ୍ରମିକ ଅର୍ଥ ପାଉଛନ୍ତି I ତାଙ୍କର ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ତାଙ୍କୁ ବେଶ ଉତ୍ସାହିତ କରିବା ସହ ପ୍ରଶଂସା କରୁଛନ୍ତି I ଆଜିର ବ୍ୟସ୍ତ ବହୁଳ ସମାଜରେ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମିନା କୁମାରୀ I