ବୁଦ୍ଧିକୋମନା–୬ ସୁନ୍ଦର ନାଲା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା ଅଭିଯୋଗ…..

ନୂଆପଡା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା–୬ ସୁନ୍ଦର ନାଳାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କାରାଯାଉଛି । ଅବଧି ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ ନ ହେବା ପୂର୍ବରୁ ଫାଉଣ୍ଡେଶନ ଭାଙ୍ଗିଗଲାଣି । କିଛିଦିନ ଭିତରେ ପମ୍ପହାଉସ ପଡିଯିବା ସମ୍ଭାବନା ରହିଛି । ସିମେଣ୍ଟ, ବାଲି ଠିକ୍ ଭାବେ ଦିଆ ନ ଯାଇ ନିମ୍ନମାନର କାର୍ଯ୍ୟ ଯୋଗୁ ଫାଉଣ୍ଡେଶନ ଫାଟି ଗଲାଣି ବୋଲି ଲୋକେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା-ଡୋଙ୍ଗରିପାଲି ଗାଁ ଦେଇ ଯାଇଥିବା ସୁନ୍ଦର ନାଳାରେ ଓଡିଶା ଉଠା ଜଳସେଚନ କର୍ପୋରେଶନ ଲିଂ ନୂଆପଡ଼ା ତରଫରୁ ଉଠାଜଳସେଚନ ପ୍ରକଳ୍ପ ବୁଦ୍ଧିକୋମନା–୬ ନିର୍ମାଣ ହେଉଛି । ପ୍ରକଳ୍ପ ଅଟକଳ ମୂଲ୍ୟ ୩୫୯୧୦୦୦ ରହିଥ‌ିବା ବେଳେ ନାବାର୍ଡ ଲୋନ ୩୪୧୧୪୫୦ ଟଙ୍କା ନାମ ଫଳକରେ ଉଲ୍ଲେଖ ରହିଛି l ଖଡିଆଳର ଜଣେ ଠିକାଦାର ଏହି କାର୍ଯ୍ୟକୁ   ନିର୍ମାଣ କରୁଛନ୍ତି ।  ଏହି ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ବୁଦ୍ଧିକୋମନା ଓ ଜଳମକଟା ଗାଁର ଚାଷୀ ଉପକୃତ ହେବେ । କାର୍ଯ୍ୟ ଆରମ୍ଭ ୨୦୨୪ ଜାନୁଆରୀ ନାମ ଫଳକରେ ଉଲ୍ଲେଖ ରହିଛି । କାର୍ଯ୍ୟ ଶେଷ ୨୦୨୪ ଏପ୍ରିଲ ଅବଧି ସରିଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ ହୋଇ ନାହିଁ । ନିମ୍ନମାନର କାମ ଯୋଗୁ ଫାଉଣ୍ଡେଶନ ତଳକୁ ଦବିବାରେ ଲାଗିଛି । ଏ ସଂକ୍ରାନ୍ତରେ ଜେଇ  ବିଭାରଙ୍କୁ ପଚାରିବାରୁ ମିସ୍ତ୍ରୀ ଅଭାବରୁ ଗ୍ରାମାଞ୍ଚଳ ମିସ୍ତ୍ରୀ କାମ କରୁଛନ୍ତି । କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ, ଯେଉଁ ସ୍ଥାନ ଫାଟିଯାଇଛି ସେଠାରେ ପୁଣି ପ୍ଲାଷ୍ଟର କରାଯିବ ବୋଲି କହିଥିଲେ । ନିର୍ବାହୀ ଯନ୍ତ୍ରୀ ଶିରିଶ ଚନ୍ଦ୍ର ମୁଣ୍ଡା ନୂଆପଡାଙ୍କୁ ପଚାରିବାରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ ତଳକୁ ଦବି ଯାଇଥିବ, କୋମନା ଜେଇଙ୍କୁ ନିର୍ମାଣସ୍ଥଳକୁ ଯାଇ ଦେଖ‌ିବା ପାଇଁ ପଠାଇବି । କଣ ହୋଇଛି ରିପୋର୍ଟ ଦେଲା ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ନୂଆପଡା ନିର୍ବାହୀ ଯନ୍ତ୍ରୀ ଶିରିଶ ଚନ୍ଦ୍ର ମୁଣ୍ଡା ।