ଗଜପତି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ମୋହନା ବ୍ଳକ ଏକ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଅନେକ ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଟେ ନାହିଁ । ଏହି ଆଦିବାସୀମାନେ ପାହାଡ଼ ଉପରେ ଘର କରି ନିଜ ପରିବାର ସହ ଖୁସିରେ ରୁହନ୍ତି l ଜଙ୍ଗଳରେ ଯାହା ଫଳମୂଳ ଉତ୍ପାଦନ ହୁଏ ସାପ୍ତାହିକ ହାଟ ବଜାରକୁ ଆସି ବିକ୍ରି କରି ଆବଶ୍ୟକ ଜିନିଷ ପତ୍ର କ୍ରୟ କରି ନେଇ ଥାନ୍ତି l ଆଉ ପରିବାର ସହ ପାହାଡ଼ରେ ଖୁସିରେ ରୁହନ୍ତି l ହସ ଖୁସିର ସଂସାର ମଧ୍ୟରେ ଦୁଃଖ ଯନ୍ତ୍ରଣା ମଧ୍ୟ ଏହି ଆଦିବାସୀମାନଙ୍କୁ ଭୋଗିବାକୁ ପଡ଼ିଥାଏ l ଆଦିବାସୀ ଅଧ୍ୟୁଷିତ ମାଣ୍ଡିମେରା ପଂଚାୟତ ନିକଟସ୍ଥ ଗୋବୁଲେ ଠାରୁ ୪ କିଲୋମିଟର ଲେଖାରି ଗାଁକୁ ଦୁଳାରେ ବୁହା ହେଲେ ଗର୍ଭବତି ମହିଳା । ଗୋବେଲ ଗ୍ରାମର ଜିସାୟ ମାଝୀଙ୍କ ପତ୍ନୀ ସୁକୁମାରୀ ମାଝୀଙ୍କ ଆଜି ଗର୍ଭ ଯନ୍ତ୍ରଣା ଆରମ୍ଭ ହେଇଥିବା ବେଳେ ଆସା କର୍ମୀଙ୍କ ଦ୍ବାରା ୧୦୮କୁ କଲ୍ କରିଥିଲେ । କିନ୍ତୁ ଲେଖାରି ଠାରୁ ଗୋବେଲ୍ ଦୀର୍ଘ 4 କିଲୋମିଟର ପଥୁରୀଆ ରାସ୍ତା ଆଉ ବର୍ଷା ଦିନରେ ଅତ୍ୟନ୍ତ କଦର୍ଯ୍ୟ ଥିବାରୁ ଆମ୍ବୁଲାନ୍ସ ଯାଇ ପାରିନଥିଲା । ସୁକୁମାରୀଙ୍କ କଷ୍ଟ ଦେଖି ପରିବାର ଲୋକ ସମ୍ପର୍କୀୟଙ୍କ ସହାୟତାରେ ଆମ୍ବୁଲାନ୍ସ ନିକଟକୁ ଦୋଲାରେ ବୋହି ଆଣିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଅଡବା ମେଡ଼ିକାଲକୁ ନେଇ ଆସିଲେ । ମେଡିକାଲ ପହଁଚି କିଛି ଘଣ୍ଟା ପରେ ବର୍ତମାନ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ l ସୁକୁମାରୀ ଓ ତାଙ୍କ ପୁତ୍ର ସୁସ୍ଥ ଅବସ୍ଥାରେ ମେଡିକାଲରେ ଥିବା ସୂଚନା ଦେଇଛନ୍ତି ଡାକ୍ତର l ପ୍ରଶାସନ ଏହି ଗ୍ରାମ ଗୁଡ଼ିକକୁ ନିତିଦିନିଆ ପକ୍କା ରାସ୍ତା ନିର୍ମାଣ କଲେ ଶହ ଶହ ଆଦିବାସୀ ଜରୁରୀକାଳୀନ ସୁବିଧା ପାଇ ପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି l