ଗୁମ୍ମା ବ୍ଲକ ଶ୍ରମିକ ସମବାୟ ସମିତି ପକ୍ଷରୁ ଗୋଷ୍ଟିଉନ୍ନୟନ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ….

ଗଜପତି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଶ୍ରମିକ ସମବାୟ ସମିତି ପକ୍ଷରୁ ଗୁମ୍ମା ବିଡ଼ିଓ ଆକାଶ କୁମାର ପଣ୍ଡା ଏବଂ ଅଧ୍ଯକ୍ଷା ସୁନେମି ମଣ୍ଡଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଶ୍ରମିକ ସମବାୟ ସମିତି ମୁଖ୍ୟ କର୍ମକର୍ତ୍ତାମାନେ ସମାଜର ଶ୍ରମିକ, ଗରିବ, ଖଟିଖିଆ ତଥା ଅବହେଳିତ ଶ୍ରେଣୀର ଜନସାଧାରଣ ଙ୍କ ଧାର୍ମିକ, ସାମାଜିକ, ଅର୍ଥନୈତିକ ଓ ଦୈନନ୍ଦିନ ଜୀବନ ଶୈଳୀର ବିକାଶ ନିମନ୍ତେ ଶ୍ରମିକ ସମବାୟ ସମିତିର ଗୁରୁତ୍ଵ ଓ ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ ।ଗୁମ୍ମା ବିଡ଼ିଓ ଆକାଶ କୁମାର ପଣ୍ଡା ଶ୍ରମିକ ସମବାୟ ସମିତିର ଏହି ପରି ପଦକ୍ଷେପକୁ ସ୍ଵାଗତ କରିବା ସହ ଗୁମ୍ମା ବ୍ଲକର ୨୦ ଗୋଟି ପଂଚାୟତରେ ଏହି ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ ସହ ଶାଖା ପରିଚାଳକ ହୋସେୟ କାର୍ଜୀ, ବିରାଗ କେଶରୀ ଲିମା, ମନୋନିତା ମଣ୍ଡଳ, ମିଟୁ ମଣ୍ଡଳ, ପ୍ରତାପ ରାଇକା ଏବଂ ବିଟୁ ପରିଛା ତଥା ସମସ୍ତ ପଂଚାୟତ ସ୍ତରୀୟ କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ ।