ଅସୁରକ୍ଷିତ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦର ସଫେଇ କର୍ମଚାରୀ….

ଅନୁସନ୍ଧାନ ଭାରତ(ବ୍ୟୁର):ବିପଦରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ କର୍ମଚାରୀ I ଏହି ସଫେଇ କର୍ମଚାରୀ ରାତ୍ରୀ ଏବଂ ସକାଳ ସମୟରେ ସହରର ଅଳିଆ ଆବର୍ଜନା ସଫା କରି ସହରକୁ ସରସ ସୁନ୍ଦର କରିଥାନ୍ତି I ହେଲେ କରନା ମହାମାରୀ ସମୟରେ ମାନବ ସମାଜ ଆଜି ବିପଦରେ ରହି ଅଛି I କିନ୍ତୁ ଏହି ବିପଦ ସମୟରେ ମଧ୍ୟ ସଫେଇ କର୍ମଚାରୀ ଅନବରତ ସଫେଇ କାମ କରିଥାନ୍ତି I ଅତି ଦୁଃଖର କଥା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସୁରକ୍ଷା ନିମନ୍ତେ ଗ୍ଲୋବସ କିମ୍ବା ଅନ୍ୟାନ୍ୟ ସରଞ୍ଜାମ ଦିଆ ଯାଇ ନ ଥିବା ଦେଖା ଦେଇଛି I ଯାହା ଏହି ଚିତ୍ର ବୟାନ କରୁଛି I ତେଣୁ ସଫେଇ କର୍ମଚାରୀଙ୍କ ଜୀବନ ବିପଦରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I ଯଥା ସମ୍ଭବ ସଫେଇ କର୍ମଚାରୀଙ୍କୁ ଗ୍ଲୋବସ, ମାସ୍କ ଏବଂ ସାନିଟାଇଜର ପ୍ରଦାନ ନିମନ୍ତେ ସାଧାରଣରେ ଦାବୀ ହୋଉଇଛି I ସହରର ଅଳିଆ ଓ ଆବର୍ଜନା ସଫେଇ କର୍ମଚାରୀ ସଫା କରିଥାନ୍ତି I ଯେଉଁଭଳି ଭାବରେ ବର୍ତ୍ତମାନ କରନା ମହାମାରୀ ମାନବ ସମାଜକୁ ଗ୍ରାସ କରି ଚାଲିଛି ସଫେଇ କର୍ମଚାରୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି I ତେଣୁ ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତତ୍ପର ହେବା ଆବଶ୍ୟକ ବୋଲି ସହର ବାସୀ ମତପ୍ରକାଶ କରିଛନ୍ତି I