ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ତୁମୁଡ଼ି ବନ୍ଧର ମୁଣ୍ଡିଗଡ଼ ଗ୍ରାମପାୟତର ମାଡାସପାଯୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି I ପୁର୍ବ ଶତ୍ରୁତାକୁ ନେଇ ଜଣେ ବୃଦ୍ଧଙ୍କୁ ହତ୍ୟା ଉଦ୍ୟମ ହୋଇ ଥିବା ଘଟଣା ପଦାକୁ ଆସିଛି I
ସେହି ଗ୍ରାମର ନିରୀଗା ମଲ୍ଲିକ ନିଜର ଆମ୍ବ ବଗିଚା ଜଗିଥିବା ସମୟରେ ରୁଜୀଙ୍ଗା ମଲ୍ଲିକ ନାମକ ୪୫ ବର୍ଷିଆ ଏକ ବ୍ୟକ୍ତି ହଠାତ ତାଙ୍କ ପାଖକୁ ପହଞ୍ଚି ଥିଲେ ଏବଂ ଏକ ଧାରୁଆ ଟାଙ୍ଗିଆରେ ବେକକୁ ଦୁଇ ଚୋଟ ପକାଇଥିଲେ I ନିରୀଗା ମଲ୍ଲିକ ଜୋରରେ ପାଟି କରିବାରୁ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂଗୁରୁତର ଅବସ୍ଥାରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ I ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାର ଡାକ୍ତର ବାଲିଗୁଡା ଉପଖଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ I