କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ): ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁନା ଚୋରି ଓ ଚୋରା ସୁନା ବିକ୍ରେତାମାନଙ୍କର ଡେରାବିଶ୍ ଚାନ୍ଦୋଳ ବଜାରର ଜୟ ନାରାୟଣ ଜୁଏଲାରୀ ସହ ଯୋଗାଯୋଗ ହୋଇ ଡ଼ିଲିଙ୍ଗ ହେଉଥିଲା । ଜୟ ନାରାୟଣ ଜୁଏଲାରୀର ମୁଖ୍ୟ ଶ୍ରୀକାନ୍ତ ସାହୁ 2012 ମସିହାରୁ 2014 ମସିହା ପର୍ଯ୍ୟନ୍ତ ଦିଲ୍ଲୀର ଅନେକ ସ୍ମଗଲର ସୁନା ଚୋରମାନଙ୍କ ଠାରୁ କମ ଦାମରେ ଚୋରା ସୁନା ଅଳଙ୍କାର କିଣିଥିଲେ ଓ ବେଶ ମାଲେମାଲ ହୋଇଥିଲେ । ବର୍ତମାନ ପର୍ଯ୍ୟନ୍ତ ମଧ୍ୟ ଜୟନାରାୟଣ ଜୁଏଲେରୀ ଓ ତାର ମାଲିକ ଶ୍ରୀକାନ୍ତ ସାହୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ସୁନା ସ୍ମଗଲରଙ୍କ ଠାରୁ ଚୋରା ସୁନା କିଣି ଚାଲିଥିଲେ ବୋଲି ପୁଲିସକୁ ସୂଚନା ମିଳିଥିଲା । ତେବେ ଦିଲୀର ନରିଆନା ପୁଲିସ ଷ୍ଟେସନର ଏକ ମାମଲା ଅନୁଯାୟୀ ପୁଲିସ ଓ ଆଣ୍ଟି ନାରକୋଟିକ ସ୍ୱାର୍ଡ କେନ୍ଦ୍ରାପଡ଼ା ଡେରାବିଶରେ ପହଂଚି ଚାନ୍ଦୋଳ ବଜାରର ଜୟ ନାରାୟଣ ଜୁଏଲାରୀରେ ପହଂଚି ଥିଲେ । ଖବର ପାଇ ଦୋକାନ ମାଲିକ ଶ୍ରୀକାନ୍ତ ଦୋକାନରେ ତାଲା ପକାଇ ଫେରାର ହୋଇଯାଇଥିବା ବେଳେ ଆଣ୍ଟି ନାରକୋଟିକ ସ୍ୱାର୍ଡ ପକ୍ଷରୁ ଦୋକାନ ଆଗରେ ସମ୍ପୃକ୍ତ ଘଟଣା ସମ୍ପର୍କରେ ଉଲେଖ କରିବା ସହ ଶ୍ରୀକାନ୍ତ ସାହୁଙ୍କୁ ନୂଆ ଦିଲ୍ଲୀ ସ୍ଥିତ ଆଣ୍ଟି ନାରକୋଟିକ ସ୍ୱାର୍ଡ ଅଫିସରେ ପହଂଚି ତଦନ୍ତରେ ସହଯୋଗ କରିବାକୁ ନୋଟିସରେ ଉଲ୍ଲେଖ ହୋଇଛି ।