ଟିକାବାଲି( ସାନୁଜ ବେହେରା): ଟିକାବାଲି ବ୍ଲକର ସମସ୍ତ ବିଦ୍ୟାଳୟରେ “ଶିକ୍ଷା ସପ୍ତାହ” କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଗୋଷ୍ଠୀ ତଥା ସମ୍ପ୍ରଦାୟ ସହଯୋଗ ଦିବସ ମାଧ୍ୟମରେ ବିଦ୍ୟାଞ୍ଜଳି ଓ ତିଥି ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ସପ୍ତମ ଦିବସ ରେ ବିଦ୍ୟାଞ୍ଜଳି କାର୍ଯ୍ୟକ୍ରମ ମାଧ୍ୟମରେ “ସ୍ବେଛାସେବୀ ବନୋ” ବା “ସ୍ବେଛାସେବୀ ହୁଅନ୍ତୁ ଅଭିଯାନ” କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା l ଯେଉଁଥିରେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ୍ୟ ସମ୍ପ୍ରଦାୟ ସହଯୋଗରେ ଗ୍ରାମର ଶିକ୍ଷିତ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସ୍ବେଛାସେବୀ ରୂପେ ଦାୟିତ୍ୱ ପ୍ରଦାନ କରାଯାଇଥିଲା l
ପରିଶେଷରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ବେଛାସେବୀଙ୍କୁ କୃତଜ୍ଞତା ପତ୍ର ପ୍ରଦାନ କରାଯାଇଅଛି I ଏଥିସହ ବିଦ୍ୟାଞ୍ଜଳି ପୋର୍ଟାଲରେ ପ୍ରଧାନଶିକ୍ଷକ ଓ ସ୍ବେଛାସେବୀମାନେ ରେଜିଷ୍ଟ୍ରସନ କରିଛନ୍ତି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ସହ ଜଡିତ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ପ୍ରେରଣା ଯୋଗାଇବ ବୋଲି ସମୀକ୍ଷକଙ୍କ ମତ l ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ଶାହାଣୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ୍ତ ନାୟକ, ଗଣେଶ୍ୱର କହଁର ଓ ବିନୋଦିନୀ ସାମଲ ଏହି କାର୍ଯ୍ୟକ୍ରମର ତଦାରଖ ଓ ପରିଚାଳନା ଦାୟିତ୍ୱ ନେଇଥିଲେ l ଏହା ସହ ଟିକାବାଲି ବ୍ଲକର ପ୍ରତ୍ୟେକ କ୍ଲଷ୍ଟରର ସିଆରସିସିମାନେ ମଧ୍ୟ ବିଦ୍ୟାଳୟ ପରିଦର୍ଶନ କରି ଆବଶ୍ୟକ ସ୍ଥଳେ ସହଯୋଗ କରିଛନ୍ତି ଓ “ଶିକ୍ଷା ସପ୍ତାହ” କାର୍ଯ୍ୟକ୍ରମର ଉଦେଶ୍ୟ ରହିତ କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି I