ବାରଖମା(ସନ୍ଦୀପ କୁମାର ନାୟକ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର କୁଡୁତୁଲି ପଞ୍ଚାୟତର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କୁଡୁତୁଲି ଓ ଡାମେରିକିଆ ମଧ୍ୟରେ ୧ କୋଟି ୭୯ ଲକ୍ଷ ୬୦ ହଜାର ଟଙ୍କାରେ ଏକ ସେତୁ ନିର୍ମାଣ ନିମନ୍ତେ ଠିକାଦାର ଶ୍ରୀମତୀ ଦେମନ୍ତି ଅଗ୍ରୱାଲ କାର୍ଯ୍ୟାଦେଶ ପାଇଥିଲେ । ଏହା ୧୯.୦୮.୨୦୨୧ ଆରମ୍ବ ହୋଇ ୧୮.୦୨.୨୦୨୩ ରିଖ କାର୍ଯ୍ୟ ଶେଷ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲେ । ଦୀର୍ଘ ୧୭ ମାସ ବିତିଗଲେ ସୁଧା କାର୍ଯ୍ୟଟି ସଂପୂର୍ଣ୍ଣ ହୋଇପାରୁନାହିଁ । ଏହି ରାସ୍ତା ଦେଇ ଡାମେରିକିଆ, ପ୍ରେମାକିଆ ଓ ମାରବାଲିର ଲୋକମାନେ ପଞ୍ଚାୟତରୁ ଚାଉଳ ଓ ଭତା ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି । ସେତୁକୁ ସଂଯୋଗ କରୁ ଥିବା ରାସ୍ତାଟି ସାମାନ୍ୟ ବର୍ଷାରେ ଧୋଇ ହୋଇଯିବା ଯୋଗୁଁ ଲୋକମାନେ ଯାତାୟତ କରିପାରନ୍ତି ନାହିଁ । ଏବିଷୟରେ କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ଧବଳେଶ୍ଵର ପାତ୍ରଙ୍କୁ ପଚାରିବାରୁ ସେ କହିଲେ ବର୍ଷା ସରିଲେ କାମଟି ସଂପୂର୍ଣ୍ଣ କରାଯିବ କହିଛନ୍ତି ।