ଭଞ୍ଜନଗର ଏସ୍ଏନସିୟୁ କୁ ଶ୍ରେଷ୍ଠ ପୁରସ୍କାର

ଭଞ୍ଜନଗର,(ନିଲୁ ବିଷୋୟୀ) : ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ରହିଥିବା ସ୍ବତନ୍ତ୍ର ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର(ଏସ୍ଏନସିୟୁ) ରାଜ୍ୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ପାଇଛି। ରାଜ୍ୟ ସ୍ବାସ୍ଥ ବିଭାଗ ପକ୍ଷରୁ ଭୂବନେଶ୍ବର ଠାରେ ଚାଲିଥିବା ସମୀକ୍ଷା କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲା ଚିକିତ୍ସାଳୟ,ଉପଖଣ୍ଡ ଚିକିତ୍ସାଳୟ,ଗୋଷ୍ଠି ଓ ପ୍ରାଥମିକ ଚିକିତ୍ସାଳୟର ଅଧିକାରୀ ମାନେ ଯୋଗ ଦେଇଥିଲେ। ଏଥିରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ରହିଥିବା ଏସ୍ଏନସିୟୁ ଶିଶୁଙ୍କୁ ଯତ୍ନ ନେବା ସହ ସେମାନଙ୍କ ସ୍ବାସ୍ଥ ସେବା ପ୍ରଦାନ କରିବା ଦିଗରେ ରହିଥିବା ସରକାରୀ ମାନଦଣ୍ଡ ଅନୁଯାୟୀ ଉତ୍ତମ ପ୍ରଦର୍ଶନ କରିଥିବାରୁ ଉକ୍ତ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଏସ୍ଏନସିୟୁ ଦାୟିତ୍ବରେ ରହିଥିବା ଶିଶୁ ବିଶେଷଜ୍ଞ ଡା.ସୁରେଶ ସାମନ୍ତ ଏବଂ ଏହି କେନ୍ଦ୍ର ଦାୟିତ୍ବରେ ରହିଥିବା ନର୍ସିଂ ଅଧିକାରୀ ଶୁଭସଂନ୍ଧ୍ୟା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ ବିଭାଗ ନିର୍ଦ୍ଦେଶକ ଡା.ବିଜୟ ମହାପାତ୍ର, ପରିବାର କଲ୍ୟାଣ ଅଧିକାରୀ ନିର୍ଦ୍ଦେଶିକା ଡା.ସଞ୍ଜୁକ୍ତା ସାହୁ ଏବଂ ନର୍ସିଂ ନିର୍ଦ୍ଦେଶକ ଡା.ଅର୍ଥବନ୍ଧୁ ନାୟକଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବା ଜଣାପଡିଛି।