ବାଲିଗୁଡା (ସିବନ୍ତ ଦିଗାଲ ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡ଼ିଆକିଆ ଗ୍ରାମ ପଞ୍ଚାୟତ ର ସେନାପଡି ଗ୍ରାମ ର କାର୍ଜି ଦିଗାଲ ପ୍ରଧାନମନ୍ତ୍ରୀ ଆବାସ ଘର ରୁ ବଞ୍ଚିତ ଅଛନ୍ତି। ବୟସ ପ୍ରାୟ 27,ପରିବାରରେ ବାସ କରନ୍ତି ପାଞ୍ଚ ଜଣ। କାର୍ଜି ଦିଗାଲ କୁଳି ମଜୁରୀ କାମ କରନ୍ତି ଗୋଟେ ଦିନ କୁଲି କାମ ନ କଲେ ତାଙ୍କ ପରିବାର ପାଞ୍ଚ ଜଣ ସଦସ୍ୟ ଉପାସ ରୁହନ୍ତି ତେଣୁ କାର୍ଜି ଦିଗାଲ ଙ୍କୁ ପ୍ରତ୍ୟେକ ଦିନ କୁଲି କାମ କରିବାକୁ ପଡିଥାଏ। ତେଣୁ ଘର ଖଣ୍ଡିଏ ପାଇଁ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କଲେ ମଧ୍ୟ୍ୟ ଘର ପାଇ ପାରୁନାହାନ୍ତି।ତେଣୁ ତାଙ୍କ ଦୁଃଖ ସବୁ ସମାଜ ସେବି ତଥା ଡ୍ରାଇଭର ମହା ସଙ୍ଘ ର ଅରୁଣ ନୟାକଙ୍କୁ ଜଣେଇଥିଲେ। ଏହି ଦୁଃଖଦ କଥା ଶୁଣି ସମାଜ ସେବି ତାଙ୍କର ଅଟୋ ରିକ୍ସା ରୁ ଯେତିକି ଅର୍ଥ ରୋଜଗାର ହୋଇଥିଲା ତାହା ଆଜିବେଷ୍ଟ ଟିଣ କିଣିବା ପାଇଁ ଅର୍ଥ ର ସହଯୋଗ କରିଥିଲେ। ତେଣୁ କାର୍ଜି ଦିଗାଲ ଅରୁଣ ନୟାକଙ୍କୁ ଧନ୍ୟବାଦ ଦେବା ସହିତ ଅରୁଣ ନାୟକ ଙ୍କ ମଙ୍ଗଳ ପାଇଁ ଭଗବାନ ପାଖକୁ ପ୍ରାଥନା କରିଛନ୍ତି।ହେଲେ କିଏ ଏହି ବ୍ୟକ୍ତି ସବୁ କ୍ଷେତ୍ର ରେ ଲୋକଙ୍କର ସାହାଯ୍ୟ ର ହାତ ବଡ଼ଉଛନ୍ତି। ବାଲିଗୁଡା ଅଞ୍ଚଳ ରେ ଯେ କୌଣସି ସ୍ଥାନରେ ସଡ଼କ ଦୁର୍ଘଟଣା ହେଲେ ବା ମେଡିକାଲ କେସ ହେଲେ ପ୍ରଥମେ ଅରୁଣ ନାୟକ ଗୋଟେ ଫୋନ କଲ୍ଲ ରେ ପବନ ପୁତ୍ର ପରି ପହଞ୍ଚି ଯାଉଛନ୍ତି। ଏ ବ୍ୟକ୍ତି ଙ୍କୁ ଦେଖିଲେ ଲାଗୁଛି ଯେମିତିକି ଗୋପବନ୍ଧୁ ଦାଶ ଆମ ବାଲିଗୁଡା ଅଞ୍ଚଳ ରେ ଆସିଛନ୍ତି। ତାଙ୍କର ସୁନ୍ଦର ଘର ପରିବାର ଛାଡି ଲୋକଙ୍କ ସେବାରେ ଲାଗି ପଡିଛନ୍ତି। ଏବଂ ଏହା ମଧ୍ୟ୍ୟ କାର୍ଜି ଦିଗାଲ ଅଭିଯୋଗ କରିଛନ୍ତି ଯେ କିଛି ଦିନ ହବ ବାଲିଗୁଡା ବିଡ଼ିଓ ଙ୍କ ପାଖକୁ ଯାଇଥିଲେ କିନ୍ତୁ ବାଲିଗୁଡା ବିଡ଼ିଓ ଅଣଦେଖା କରିଛନ୍ତି।ପୂର୍ବରୁ 24 ବର୍ଷ ର ସ୍ଥିର ସରକାର ଥିଲେ ମଧ୍ୟ୍ୟ ଲୋକମାନେ କେତେକ ସରକାରୀ ସୁବିଧା ରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ଅଛନ୍ତି। ତେଣୁ ବର୍ତମାନ ର ମୋହନ ସରକାରଙ୍କୁ ସମସ୍ତେ ଆଶା ରଖିଥିବା ବେଳେ ପ୍ରଶାସନ ଲୋକମାନଙ୍କୁ ଅଣଦେଖା କରୁଛନ୍ତି।ଖବର ପ୍ରସାରଣ ପାରେ କାର୍ଜି ଦିଗାଲ ଙ୍କ ପାଇଁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।