ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ଥାନା ଅନ୍ତର୍ଗତ ଦାରୁଭଦ୍ରା ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ ଘଟିଛି | ସୂଚନା ଅନୁସାରେ ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ନଗର ସାହିର ଟିକିନା ପ୍ରସାଦ ପାଢ଼ୀ (୩୮) ରବିବାର ସନ୍ଧ୍ୟାରେ ଶଶୁର ଘର ହିଞ୍ଜିଳି ଥାନା ଅନ୍ତର୍ଗତ ଦାରୁଭଦ୍ରା ଗ୍ରାମ ପୋଖରୀରେ ଶୌଚ ହେବାପାଇଁ ଯାଇଥିବା ବେଳେ ଅସାବଧାନତା ଯୋଗୁ ପାଦ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ l ସେଠାରେ ଉପସ୍ଥିତ ଥିବା ଗ୍ରାମ ବାସି ଟିକିନାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ପରିବାର ସହ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଟିକିନାଙ୍କୁ ମୃତ ଘୋଷଣା କରିଥିଲେ l ରାତି ହୋଇଥିବାରୁ କାର୍ଯ୍ୟରତ ଡାକ୍ତର ହିଞ୍ଜିଳି ଥାନାକୁ ଖବର ଦେଇଥିଲେ l ହିଞ୍ଜିଳି ଥାନାରେ ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ସୋମବର ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନକୁ ବ୍ୟବଚ୍ଛେଦ ପାଇଁ ପଠା ଯିବ ବୋଲି ସୂଚନା ଦେଇଛନ୍ତି ଡାକ୍ତର l