ହିଞ୍ଜିଳିକାଟୁ( ସଂସ୍କାର ପଟ୍ଟନାୟକ): ରାଜ୍ୟସ୍ଥରିୟ ୩୭ତମ ଟାଇକୋଣ୍ଡୋ ଚମ୍ପିୟାନସିପ ଦୁଇଦିନ ଧରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପିୟାନସିପରେ କେଡେଟ, ଜୁନିଅର ଓ ସିନିଅର ୪୫୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି । ହିଞ୍ଜିଳିକାଟୁ ଓ ବ୍ରହ୍ମପୁର ଜାଗୁଆର ଏକାଡେମୀ ତରଫରୁ ୧୭ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ଜାଗୁଆର ଏକାଡେମୀର କେଡେଟରେ ରୀଧିକା ସାହୁ, ଆଦ୍ୟାଷା ଆଦ୍ୟାସ୍ମିତା, ଅର୍ମାନ ପାଢି, ଅଂଶୁମାନ ପଣ୍ଡା, ସ୍ମାରକ ଶର୍ମା,ଏନ୍ ନାଗା ଅଶ୍ଵିନୀ, ଓମ୍ ଶଙ୍କର ପାଢି, ରୁପାଲି କୁମାରୀ ବେହେରା, ଶ୍ରୀମତୀ ମହାରଣା ଓ ଜୁନିୟରରେ ଷୋମେଶ ସାହୁ, ସୋମ୍ୟପ୍ରତାପ ନାୟକ, ସୈ।ମିକ ପ୍ରଧାନ, ଦିନେଶ କୁମାର ପାଢି, ସୀମାଞ୍ଚଳ ସ୍ବାଇଁ, ସିନିଅରରେ ଶ୍ରୀତମ ପ୍ରଧାନ, ଅନିତା କୁମାରୀ ଗୈାଡ, ପ୍ରିୟଙ୍କା ପଟ୍ଟନାୟକ, ୧୭ଜଣପ୍ରତିଯୋଗୀ ଏକାଡେମୀର କୋଚ ଅମ୍ବିକା ପ୍ରସାଦ ଦାଶଙ୍କ ତତ୍ବାବଧାନରେ ଅଂଶ ଗ୍ରହଣ କରିଛନ୍ତି ।