ଭଞ୍ଜନଗର,(ନିଲୁ ବିଷୋୟୀ): ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବିଡିପୁର ସ୍ଥିତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବଦ୍ରି ନାରାୟଣ ପାତ୍ରଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଦିଲ୍ଲୀପ କୁମାର ତ୍ରିପାଠୀ, ଶୈଖିକ ଅଧିକାରୀ ଅଧ୍ୟାପକ ଅଲେଖ ଚନ୍ଦ୍ର ଘଡେ଼ଇ, ମହାବିଦ୍ୟାଳୟ କର୍ମଚାରୀ ସଂଘର ସମ୍ପାଦକ ଅଧ୍ୟାପକ ଡ଼ଃ.ଭଞ୍ଜ କିଶୋର ରଣା ଓ ସହ ସଂପାଦିକା ଅର୍ଚ୍ଚନା ପ୍ରିୟଦର୍ଶିନୀ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷ ଶ୍ରୀ ପାତ୍ର ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ସମସ୍ତ କର୍ମକର୍ତ୍ତା ମାନଙ୍କର ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣସୈଖିକ କର୍ମଚାରୀ lମାନେ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।