ଟିକାବାଲି ସରସ୍ବତୀ ଶିଶୁମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ….

ଟିକାବାଲି(ସାନୁଜ ବେହେରା ): ଟିକାବାଲି ସରସ୍ବତୀ ଶିଶୁମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି l ଏହି ବିଜ୍ଞାନ ମେଳରେ ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀମତୀ ବୋନୋଦିନୀ ତ୍ରିପାଠୀ ଓ ଶ୍ରୀ ଜଗନ୍ନାଥ ଜେନା ଓ AMCS ମହାବିଦ୍ୟାଳୟର PG ଛାତ୍ରୀ ଓ ପୂର୍ବରୁ SSM ଛାତ୍ରୀ ସାଗରିକ ପ୍ରଧାନ ଓ ଶ୍ରୀ ପ୍ରଦୀପ କୁମାର ମାଝି ଏହି ବିଜ୍ଞାନ ମେଳାକୁ ନିରୀକ୍ଷକ ଭାବେ ଯୋଗ ଦେଇ ଥିଲେ l ସମୟ ଓ ସେବା ପାଇଁ ପ୍ରତି ବ୍ୟକ୍ତି ଇତିହାସ ତିଆରି କରନ୍ତି l  ବିଜ୍ଞାନ ପ୍ରତି ଶିଶୁ ମାନଙ୍କ ଭିତରେ ବିଜ୍ଞାନୀ ମନୋଭାବ ପାଇଁ ଆହୁରି ପରିବେଶ ତିଆରି ହେବା ସହ କନ୍ଧମାଳ ଜିଲ୍ଲାର ଟିକାବାଲି ସରସ୍ବତୀ ଶିଶୁମନ୍ଦିରର ଏକ ସ୍ୱତନ୍ତ ପରିଚୟ ସୃଷ୍ଟି ପାଇଁ କାମନା କରିଛନ୍ତି l ଏହି ଅବସରରେ SSM ପରିବାରର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଦଳ ବେହେରା, ଶ୍ରୀ ମନୋରଞ୍ଜନ ପାତ୍ର, ଶ୍ରୀ ପଦ୍ମ ଚରଣ ହୋତା ଉପସ୍ଥିତ ରହିବା ସହ ଏହି ମେଳାକୁ ସଫଳ କରାଇ ଥିଲେ l SSMର ପୁରା ପରିବାର ଏହି ମେଳା ସାମିଲ ଥିଲେ l ରଞ୍ଜନ  ଗୁରୁଜୀ ମେଳା ପରିଚାଳନା ସହ ପ୍ରଧାନ ଗୁରୁଜୀ ସନ୍ତୋଷ ବିଷୋୟୀ  ଅତିଥି ପରିଚୟ କରାଇବା ସହ ଏହି ମେଳାର ବିଭିନ୍ନ ବିନ୍ଦୁକୁ ନେଇ ମତ ରଖି ଥିଲେ l ଟିକାବାଲି SSM ଆଜିବି ନିଜ ଭଲ ସ୍ଥିତି ବଜାଇ ରଖିଛି ଏହି ଭଲ ସ୍ଥିତିକୁ ସହୃଦୟ ସହ ପରଖି ବାକୁ ନିବେଦନ କରାଯାଇଛି ବୋଲି ମୁଖ୍ୟ ଅତିଥି କହିଛନ୍ତି l