ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର…

ଭଞ୍ଜନଗର(ନିଲୁ ବିଷୋୟୀ): ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସୋମବାର କାଳଷଣ୍ଢପୁର ମେରୁମଣ୍ଡପରେ ଏକ ଆର୍ଥିକ ସାକ୍ଷରତା ଓ ଅନ୍ତଭୂକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସ୍କା ମୁଖ୍ୟ ଡାକଘର ଡାକପାଳ ଜିତେନ୍ଦ୍ର କୁମାର ସ୍ଵାଇଁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଆସ୍କା ଆଇ. ସି .ଡି.ଏସ ସୁପରଭାଇଜର ସବିତା ସାବତ, ବ୍ରହ୍ମପୁର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ସ୍ଵାଭିମାନ ସାହୁ ଓ ମିଶନ ଶକ୍ତି ଆସ୍କା ଗୋଷ୍ଟି ସଂଯୋଜକ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ସ୍ୱଳ୍ପ ସଞ୍ଜୟ ଯୋଜନା, ଚିଟପଣ୍ଡ ସଂସ୍ଥାରୁ ସୁରକ୍ଷା ଓ ସୁରକ୍ଷିତ ସଞ୍ଚୟ ସମ୍ପର୍କରେ ଆଲୋଚନା କରଯାଇଥିଲା । କାର୍ଯ୍ୟକ୍ରମକୁ ଭଞ୍ଜନଗର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶୁଶ୍ରୀ ଲୋପାମୁଦ୍ରା ପଣ୍ଡା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନୱ୍ବାଡି କର୍ମୀ, ଅଙ୍ଗନୱ୍ବାଡି ସହାୟିକା ଓ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାମାନେ ଯୋଗ ଦେଇଥିଲେ।