ଗାଇବା ପଞ୍ଚାୟତ ବୁରୁଡ଼ା ଗ୍ରାମରେ ପୋଖରୀ ଖୋଳିବା ନାଁରେ ଦୁର୍ନୀତି ଅଭିଯୋଗ….

ପାରଳାଖେମୁଣ୍ଡି( ପ୍ରବୀଣ କୁମାର ଲିମା ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚଯାତର ବୁରୁଡ଼ା ଗ୍ରାମ ଏକ ଆଦିବାସୀ ଗ୍ରାମ l ଏହି ଗ୍ରାମର ଘର ସଂଖ୍ୟା ପ୍ରାୟ 100 ଥିବା ବେଳେ ପୁରୁଷ ଆଉ ମହିଳା ଜନସଂଖ୍ୟା ପ୍ରାୟ 400ରୁ ଉର୍ଦ୍ଧ୍ବ ହୋଇ ଥିବା ବେଳେ ଗ୍ରାମର ଆଦିବାସୀ ମୁଖ୍ୟତଃ ଚାଷ, ଦିନ ମଞ୍ଜୁରୀ, କୁଲି କାମ କରି ପରିବାରର ଭରଣ ପୋଷଣ କରନ୍ତି l କିନ୍ତୁ ଏହି ଗରିବ ନିରୀହ ଆଦିବାସୀଙ୍କୁ ପ୍ରଲୋଭନ ଦେଖାଇ କେବଳ ମାତ୍ର 10,000 ଟଙ୍କା ଦେଇ ତାଙ୍କ ଜମିରେ ପଖୋରୀ ଖୋନନ କରାଯାଇ ଥିବା ଅଭିଯୋଗ ହୋଇଛି l କେବଳ ସେତିକି ନୁହେଁ ଜେସିବି ଦ୍ୱାରା କାମ କରି ପୋଖରୀ ପିଛା 2,00,000 ଟଙ୍କାର ବିଲ କରି ଲୁଟ କରାଯାଇ ଥିବା ଅଞ୍ଚଳ ବାସୀ ସଙ୍ଗୀନ ଅଭିଯୋଗ କରିଛନ୍ତି l ଏହି ଭଳି ଭାବରେ 40ରୁ ଉର୍ଦ୍ଧ ପଖୋରୀ କେବଳ ଗୋଟିଏ ଗ୍ରାମରେ ନିର୍ମାଣ କରାଯାଇଛି l କିଛି ପୋଖରୀ ନାଳ ପାଖରେ ନିର୍ମାଣ କରାଯାଇଛି l ନାଳ ଆଉ ପୋଖରୀର ଦୂରତା କେବଳ 15 ଫୁଟ ତୋ କେତେକ ପାହାଡ଼ ଉପରେ ଖୋଳା ଯାଇଛି l ଏହି ପୋଖରୀ ଗୁଡ଼ିକର ଦୂରତା 20 ଫୁଟ ରହିଛି l ଠିକାଦାର ଖନନ କାମ ଲୋକମାନଙ୍କ ଦ୍ୱରା ନ କରି ଜେସିବି ଦ୍ୱାରା କରାଯାଇ ଥିବା ଘଟଣା ପଦାକୁ ଆସିଛି l ଏହି ଗ୍ରାମରେ 100 ଘର ପାଇଁ ପ୍ରାୟ 40ଟି ପୋଖରୀ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ଖୋଳା ଯାଇ ଲୁଟ କରାଯାଇ ଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି l ଗାଁ ସାଥି ଆଉ ସରକାରୀ କର୍ମଚାରି ମିଶି ଏଭଳି ଦୁର୍ନୀତି କରିଥିବା କହିଛନ୍ତି ଅଞ୍ଚଳ ବାସୀ l ସରକାରୀ ଯୋଜନା ଅନୁସାରେ ଗ୍ରାମରେ ପଖରୀ ନିର୍ମାଣ କରାଯାଇଛି ସତ କିନ୍ତୁ ସେହି ପଖରୀ ଗୁଡ଼ାକ ଚାଷୀ ଭାଇମାନଙ୍କ କାର୍ଯ୍ୟରେ ବ୍ୟବହାର ହେଇ ପାରୁନ ଥିବା ସ୍ଥାନୀୟ ବାସୀନ୍ଧା ସୂଚନା ଦେଇଛନ୍ତି l ତେଣୁ ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ସହ ଲୁଟ ଘଟଣାରେ ସମ୍ପୃକ୍ତ ଥିବା ସରକାରୀ କର୍ମଚାରି ଓ ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ସ୍ଥାନୀୟ ବାସୀନ୍ଧା l