ପ୍ରଶାସନର ଅଣଦେଖା, ଜନପ୍ରତିନିଧି ଓ ଅଞ୍ଚଳ ବାସୀଙ୍କ ଦାବୀ ସତ୍ୱେ ମଧ୍ୟ ମରାମତି ହେଉ ନାହିଁ ଗାଇବା ପଂଚାୟତ ଖ୍ରୀଷ୍ଟିୟାନ ସାହିର ରାସ୍ତା…..
ପାରୋଳାଖେମୁଣ୍ଡି( ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଖ୍ରୀଷ୍ଟୀୟାନ ସାହି l ହେଲେ ଏହି ସାହିକୁ ଯାତାୟାତ କରିବା ପାଇଁ ବହୁ ବର୍ଷ ପୂର୍ବେ ନିର୍ମିତ ରାସ୍ତାର ମରାମତି ହୋଇ ପାରି ନାହିଁ l ଟିକିଏ ବର୍ଷା ହେଲେ ସାହି ରାସ୍ତାରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇ ଥାଏ l ଯାହା ପାଇଁ ଯିବା ଆସିବାରେ ବହୁତ ସମସ୍ୟା ହେଉ ଥିବା କହିଛନ୍ତି ସାହି ବାସୀନ୍ଧା l ଉକ୍ତ ରାସ୍ତା ଉପରେ ୱାର୍ଡ 3,4,5ର ପ୍ରାୟ 1200ରୁ ଉର୍ଦ୍ଧ୍ବ ଜନସାଧାରଣ ଯାତାୟାତ ପାଇଁ ନିର୍ଭର କରି ଥାନ୍ତି l ରାସ୍ତା ମରାମତି ପାଇଁ ପାଖାପାଖି ଏକ ବର୍ଷ ହେବ ସରକାରୀ ଅନୁଦାନ ଆସିଛି l କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ରାସ୍ତାର ମରାମତି ହୋଇ ନାହିଁ l ଫଳରେ ଜାଣସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା କହିଛନ୍ତି l ବିଭାଗୀୟ ଯନ୍ତ୍ରୀଙ୍କ ସଠିକ ଲେଆଉଟା ନ ଥିବା ସହ ଜିଲ୍ଲା ପରିଷଦ ସଭ୍ୟା ଓ ସମିତି ସଭ୍ୟା ମଧ୍ୟରେ ବୁଝାବଣା ଠିକ ରହୁନ ଥିବାରୁ ରାସ୍ତା କାମ ହୋଇ ପାରୁନ ଥିବା ଅଞ୍ଚଳ ବାସୀ କହିଛନ୍ତି l ସାହି ଲୋକଙ୍କ ଅଭିଯୋଗ ଅନୁସାରେ ଗୋଟିଏ ଦିନ ବର୍ଷା ହେଲେ 15 ବା 20 ଦିନ ପର୍ଯ୍ୟନ୍ତ ପାଣି ଜମା ହୋଇ ରହୁଛି l ପାଖରେ ପ୍ରାଥମିକ ସ୍କୁଲ ରହି ଥିବାରୁ ସେହି ରାସ୍ତା ଦେଇ ଛୋଟ ଛୋଟ ପିଲା ପ୍ରତିଦିନ ସ୍କୁଲକୁ ଯିବା ଆସିବା କରି ଥାନ୍ତି l ଯଦି ଛୋଟ ଛୋଟ ପିଲା କୌଣସି ପ୍ରକାର ରୋଗର ଆକ୍ରାନ୍ତ ହୁଅନ୍ତି ତାହା ହେଲେ କିଏ ଦାୟୀ ରହିବ ବୋଲି ଗ୍ରାମବାସୀ କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ପଞ୍ଚାୟତ ଓ ବ୍ଲକର ଅବହେଳା ଯୋଗୁ ଏକ ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ରାସ୍ତାର ମରାମତି ହୋଇ ନାହିଁ l ଯଦି ପ୍ରଶାସନ ଖ୍ରୀଷ୍ଟିୟାନ ସାହି ବସିନ୍ଧାଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଗୁରୁତ୍ୱ ନ ଦିଅନ୍ତୁ ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ବାସିନ୍ଦା ଓ ନିର୍ବାଚିତ ଜନପ୍ରତିନିଧି ଅଜିତ ବେବର୍ତ୍ତା, ଲୁଲୁ ଲିମା, ବିନାୟକ ମାଛ, ଗୋପାଳ ପ୍ରଧାନ ଓ ମାନୁଏଲ ମାଛ ପ୍ରମୁଖ ଚେତାବନୀ ଦେଇଛନ୍ତି l