ପରମପାଙ୍ଗା-ଗୁମୁଡୁମାହା ରାସ୍ତାର ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଯଥା ସମ୍ଭବ ରାସ୍ତାର ମରାମତି ସହ ନିର୍ମାଣକାରୀ ସଂସ୍ଥା ଵିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ଅଞ୍ଚଳବାସୀ….
ବାଲିଗୁଡା(ସିବନ୍ତ ଦିଗାଳ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ପରମପଙ୍ଗା ଗ୍ରାମ ପଞ୍ଚାୟତ ଠାରୁ ଗୁମୁଡୁମାହା ଗ୍ରାମ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡକ ନିର୍ମାଣ କରାଯାଇଥିଲା । କିନ୍ତୁ କାମଟି ବହୁ ନିନମମାନର ହୋଇଥିବାରୁ ଏହି ଲଗାଣ ବର୍ଷାରେ ରାସ୍ତାଟି ଦବୀ ଯାଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ । ଏହି ରାସ୍ତାଟି ବର୍ଷେ ନପୁରୁଣୁ ଏପ୍ରକାରର ସ୍ଥିତି ଦେଖି ଲୋକମାମେ ବହୁତ ଆନ୍ତବ୍ୟସ୍ତ ହେଉଥିବା କହିଛନ୍ତି ଅଞ୍ଚଳ ଲୋକେ। କିଛି ଦିନ ହେବ ଗଣମାଧ୍ୟମରେ ଏହି ରାସ୍ତାକୁ ନେଇ ଖବର ପ୍ରସାରଣ ହୋଇଥିଲା l କିନ୍ତୁ ଖବର ପ୍ରସାରଣ ହେବାପରେ ଠିକାଦାର ନିଜର ଫାଇଦା ଉଠେଇବା ପାଇଁ ଖାଲ ହୋଇଥିବା ସ୍ଥାନରେ ବାଲି ପକେଇଦେଇଥିଲେ l କିନ୍ତୁ ଚଳିତ ଲଗୁଚାପ ଜନିତ ଲଗାଣ ବର୍ଷାରେ ପୁଣିଥରେ ରାସ୍ତାଟି ଦବିଯାଉଛି ଓ ବିଭିନ୍ନ ସ୍ଥାନରେ ଗତ ସୃଷ୍ଟି ହେଉଛି । ଭାରତ ସରକାର ଏବଂ ଓଡିଶା ସରକାର ଲୋକଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ଏପରି ଠିକାଦାରମାନେ ଲୋକମାନଙ୍କୁ ଠକି ସରକାରୀ ଟଙ୍କା ଲୁଟି ନେଉଛନ୍ତି ବୋଲି ଗୁମୁଡ଼ୁ ମାହା ବାସୀ ଅଭିଯୋଗ କରିଛନ୍ତି । ଏପ୍ରକାରର ନିମ୍ନ ମାନର କାର୍ଯ୍ୟକୁ ଦେଖି ଅଞ୍ଚଳର ବରିଷ୍ଠ ନାଗରିକ ମାନେ ନିନ୍ଦା କରିଛନ୍ତି । ଏହି ରାସ୍ତାଟି ପରମପଙ୍ଗା ଗ୍ରାମପଞ୍ଚାୟତ ଠାରୁ ଗୁମୁଡୁମାହା ପର୍ଯ୍ୟନ୍ତ 10 କିମି ନିର୍ମାଣ କରାଯାଇଥିଲା l କିନ୍ତୁ ବର୍ଷେ ନପୂରୁନୁ ରାସ୍ତାଟି ଖରାପ ହେଉଛି l ଏହା ପ୍ରତି ପ୍ରଶାସନ ଦୃଷ୍ଟିଦେଲେ ଲୋକମାନେ ଉପକୃତ ହେବେ ବୋଲି ଅଞ୍ଚଳ ବାସୀ କହିଛନ୍ତି । ଏହି ରାସ୍ତା ଦେଇ ଶହ ଶହ ଲୋକ ସବୁଦିନ ଯିବା ଆସିବା କରନ୍ତି l ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟ ପର୍ଯ୍ୟନ୍ତ ଲୋକେ ଯାତାୟାତ କରି ଥାନ୍ତି । ଏହି ରାସ୍ତାର ନିର୍ମାଣ ପାଇଁ ଲୋକମାନେ ସରକାରଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ l ବହୁତ ଅଭିଯୋଗ ପରେ ସରକାର ଲୋକଙ୍କ ପାଇଁ ରାସ୍ତା ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । ହେଲେ ସରକାରି ଅନୁଦାନ ଟଙ୍କାକୁ ଠିକାଦାର ଲୁଟ କରୁ ଥିବା ଯୋଗୁଁ ଲୋକମାନେ ଅସୁବିଧା ହେଉ ଥିବା ମତ ବ୍ୟକ୍ତ କରିଛନ୍ତି ଅଞ୍ଚଳର ଜନସାଧାରଣ । ଖବର ପ୍ରସାରଣ ପରେ ଯଦି ପ୍ରଶାସନ କୌଣସି ପଦକ୍ଷେପ ନ ନିଅନ୍ତି ତାହାହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗୁମୁଡୁମାହା, ଗସାମାହା, ଲାହାଡି,ବାଲିମାହା, କାମେରୀ, ଜୋକିଙ୍ଗିଆ, ଥଣ୍ଡାପଦର, ଟେଂଗେରି, ପାଜୀମାହା ଓ ପରମପାଙ୍ଗା ଗ୍ରାମରେ ବସବାସ କରୁଥିବା ଗୁନ୍ଦାନା ମଲ୍ଲିକ, ଲୋକ ବହନ୍ଦ ମଲ୍ଲିକ, ରାନୀ ମଲ୍ଲିକ, ଏବଂ ଥଣ୍ଡାପଦର ଗ୍ରାମର ୱାର୍ଡ ମେମ୍ବର କାକା ମଲ୍ଲିକ l