ଦାରିଙ୍ଗବାଡ଼ି ବନାଞ୍ଚଳରେ ତାଳ ଗଛ ମଞ୍ଜି ରୋପଣ…..

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ(ଅଶୋକ ସିଂ): ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ପ୍ରକାରେ ଚଳିତ ବର୍ଷ ରାଜ୍ୟର ସମସ୍ତ ବନାଞ୍ଚଳ ଗୁଡ଼ିକରେ ପ୍ରଥମ ଥର ପାଇଁ ତାଳ ଗଛ ମଞ୍ଜି ରୋପଣ କରିବାକୁ ନିଷ୍ପତ୍ତି ନିଆଯାଇଛି l ଏହି ପରିପ୍ରେକ୍ଷୀରେ ଗୁରବାର ଦିନ ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ସଂରକ୍ଷିତ ଜଙ୍ଗଲରେ ତାଳ ଗଛ ମଞ୍ଜି ରୋପଣ କାର୍ଯ୍ୟକ୍ରମ ବାଲିଗୁଡା ଏସିଏଫ ତଥା ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ତତ୍ୱାବଧାନରେ ଶୁଭାରମ୍ଭ କରିଛନ୍ତି l କାର୍ଯ୍ୟକ୍ରମରେ ସିମନବାଡ଼ି ବନପାଳ ରବି ମୋହନ ନାୟକ, ବନରକ୍ଷୀ ସ୍ୱପ୍ନା ପାତ୍ର ପ୍ରମୁଖ ଉପସ୍ଥିତ ରହି ଗଛଟିଏକୁ ପିଲାଟିଏ ପରିପ୍ରେକ୍ଷୀରେ ସମସ୍ତେ ତାଳ ଗଛ ମଞ୍ଜି ରୋପଣ କରିଥିଲେ l ସେହିଭଳି ଶ୍ରାନିକେତା ସଂରକ୍ଷିତ ଜଙ୍ଗଲରେ ମଧ୍ୟ ତାଳ ଗଛ ମଞ୍ଜି ରୋପଣ କରାଯାଇଛି l ତାଳ ଗଛ ମଞ୍ଜି ରୋପଣ ଦ୍ୱାରା ଏହା ପ୍ରାକୃତିକ ବିପର୍ଯ୍ୟୟ ସହିତ ଏହା ବଜ୍ରପାତକୁ ପ୍ରତିହତ କରିବା ସହିତ ବନ୍ୟ ଜନ୍ତୁଙ୍କର ଖାଦ୍ୟାଭାବ ଏବଂ ସଂରକ୍ଷିତ ଜଙ୍ଗଲର ପାଚେରୀ ସୁରକ୍ଷା କରିବାରେ ସକ୍ଷମ ହୋଇପାରିବ l ତାଳ ଗଛ ସାମୁଦ୍ରିକ ଝଡ଼ବାତ୍ୟା ସମୟରେ ୩ ଶହ କି.ମି. ବେଗ ପବନକୁ ପ୍ରତିରୋଧ କରିପାରିବ ବୋଲି ପରିବେଶବିତ ମାନେ ମତ ପ୍ରକାଶ କରିଛନ୍ତି l ଏହି ତାଳ ଗଛ ତନ୍ତୁ ଜାତୀୟ ଅର୍ଥାତ ଚେରୁଆ ହୋଇଥିବାରୁ ସାମୁଦ୍ରିକ ଝଡ଼ବାତ୍ୟାର ପବନ ସହଜରେ କ୍ଷତି କରିପାରେ ନାହିଁ l ଚଳିତ ବର୍ଷ ଦାରିଙ୍ଗବାଡ଼ି ବନାଞ୍ଚଳର ବିଭିନ୍ନ ସଂରକ୍ଷିତ ଜଙ୍ଗଲର ଚତୁଃପାଶ୍ୱର୍ରେ ମୋଟ ୧୫ହଜାର ୮ଶହ ଗୋଟି ତାଳ ମଞ୍ଜି ଲଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟଥିବା ନେଇ ବାଲିଗୁଡା ଏସିଏଫ ତଥା ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି l