ବ୍ରାହ୍ମଣୀଗାଁରେ ନୂତନ ବ୍ଲକ ଗଠନ ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ ଦାବୀ ଜଣେଇଲେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ….

ବ୍ରାହ୍ମଣୀଗାଁ(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ର ନବ ନିର୍ବାଚିତ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ବ୍ରାହ୍ମଣୀଗାଁରେ ଏକ ନୂତନ ବ୍ଲକ ଗଠନ ପ୍ରତିଷ୍ଠା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଏକ ସ୍ବତନ୍ତ୍ର ଦାବୀପତ୍ର ପ୍ରଦାନ କରାଯାଇ ଥିଲା । ବିଧାୟକ ଶ୍ରୀ ପ୍ରଧାନ ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ଗୁରୁବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଖବର ପାଇ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ଅଞ୍ଚଳ ବାସୀଙ୍କ ସମସ୍ୟାକୁ ହୃଦବୋଧ କରି ସମସ୍ୟାର ସମାଧାନ କରିବେ ବୋଲି ଆଶା ପ୍ରକଟ କରିଛନ୍ତି । ପ୍ରକାଶ ଥାଉ କି ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ବ୍ରାହ୍ମଣୀଗାଁ ୧୧ନଂ ଜିଲ୍ଲା ପରିଷଦ ଜୋନର ଆଠଗୋଟି ପଞ୍ଚାୟତ ଯଥା ବ୍ରାହ୍ମଣୀଗାଁ, ସରାମୁଳି, ତାଜୁ ଙ୍ଗିଆ, ହାତୀ ମୁଣ୍ଡା, ଗଦାପୁର, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡ଼ା ଓ କାଟିଙ୍ଗିଆ ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ପ୍ରତିଷ୍ଠା କରିବା ପାଇଁ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ବିଭିନ୍ନ ସମୟରେ ଦାବୀ କରିଆସୁ ଥିଲେ ବି ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ l ବର୍ତ୍ତମାନ ନୂତନ ସରକାର ବ୍ଲକ ପ୍ରତିଷ୍ଠା ବିଷୟକୁ ଗୁରୁତ୍ବ ଦେଇ କେତେ ଦୂର ସମାଧନ କ୍ଷେତ୍ରରେ କାର୍ଯ୍ୟ କରିବେ ଦେଖିବାକୁ ବାକି ରହିଲା ।