ଟିକାବାଲି(ସାନୁଜ ବେହେରା ): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଲୋକସଂଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚର ମିଳିତ ଉଦ୍ୟମରେ ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ଯଥା ଚକାପାଦ, ଘୁ.ଉଦୟଗିରି, କ.ନୂଆଗାଁ, ଫିରିଙ୍ଗିଆ, ରାଇକିଆ ଆଦି ବ୍ଲକର ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଭୟ ବାଳକ ଓ ବାଳିକା ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ସହିତ ରଚନା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି l
ଏଥିରେ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ନିଜେ ଅଧୟନ କରିଥିବା ବିଦ୍ୟାଳୟର ସ୍ଥିତି ଓ ନିଜ ସ୍ବପ୍ନର ବିଦ୍ୟାଳୟର ରୂପରେଖା ଉପରେ ନିଜେ ନିଜର ଭାବନାକୁ ଏକ ଚିତ୍ରାଙ୍କନ ଓ ରଚନା ମଧ୍ୟରେ ପରିପ୍ରକାଶ କରିଥିଲେ ଏବଂ ସ୍ୱଚ୍ଛତା ଉପରେ ପିଲାମାନଂକୁ ସଚେତନତା କରାଯାଇଛି l ଆମେ ସମସ୍ତେ ଭଲ ଭାବରେ ଜାଣିଛେ ଯେ ଆମ ଅଞ୍ଚଳରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥିତି, କେଉଁଠି ଗୋଟିଏ କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନେ ପଡୁଥିବା ବେଳେ, କେଉଁଠି ପାନୀୟ ଜଳର ସମସ୍ୟା, ତ କେଉଁଠି ଅର୍ଦ୍ଧନିର୍ମାଣ ପାଚେରୀ କେଉଁଠି ଜରାଜୀର୍ଣ୍ଣ ଅବସ୍ଥାରେ ପାଇଖାନାର ସ୍ଥିତି ତ କେଉଁଠି ଖେଳ ପଡିଆର ଅଭାବ ତ ଆଉ କେଉଁଠି ଶିକ୍ଷକର ଅଭାବ l ଏପରି ନାହଁ ନାହଁରେ ଚାଲଛି ସରକାରୀ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା l ତେଣୁ ସଂଗଠନ ଏକ କାର୍ଯ୍ୟକ୍ରମ କରିଛି ଯେ ବାସ୍ତବରେ ଆମ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡିକର ବାସ୍ତବ ଚିତ୍ର ଏବଂ ଛାତ୍ରଛାତ୍ରୀମାନଙ୍କ ମନରେ ଥିବା ସ୍ବପ୍ନର ବିଦ୍ୟାଳୟକୁ ନେଇ କେତେ ତଫାତ ରହୁଛି ସେ ନେଇ ଏକ ପ୍ରଚେଷ୍ଟା ଜାରି ରଖିଛି ଏବଂ ଏହାକୁ ନେଇ ବିଭିନ୍ନ ଶିକ୍ଷା ବିତ୍ତ ଓ ଭବିଷ୍ୟତକୁ ନେଇ ସ୍ବପ୍ନ ଦେଖୁଥିବା ଜ୍ଞାନି ଗୁଣିମାନଙ୍କ ପାଖରେ ପହଂଞ୍ଚେଇବା ସହିତ ଶିକ୍ଷାକୁ ନେଇ ଏକ ଗୁରୁତ୍ୱ ଆଲୋଚନା ଓ ପର୍ଯ୍ୟାଲୋଚନା ହେଉ ଏଥି ପାଇଁ ଆମ ସ୍କୁଲ ତଦାରଖ କମିଟି ଅଭିଭାବକ ଯୁବ ସମାଜ ଏବଂ ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିବା ଆବଶ୍ୟକ l ସଂଗଠନର ଏପରି କାର୍ଯ୍ୟକ୍ରମକୁ ନିଶ୍ଚିତ ଭାବରେ ସ୍ବାଗତ କାର୍ଯ୍ୟକ୍ରମ ବୋଲି ଅନୁମାନ କରାଯାଇଛି l
Prev Post