ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ତାଳ ଗଛ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରାହ୍ମଣୀଗାଁ(ଅଶୋକ କୁମାର ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ତାଳ ଗଛ ରୋପଣ କାର୍ଯ୍ୟକ୍ରମରର ଶୁଭାରମ୍ଭ ହୋଇ ଯାଇଛି l ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ବିଜୁଳୀ ଘଡ଼ଘଡ଼ିକୁ ରୋକିବା ଓ ଜନ ଜୀବନକୁ ସୁରକ୍ଷା ଦେବା ଲକ୍ଷ୍ୟରେ ତାଳ ଗଛ କାଟିବାକୁ ନିଷେଧାଦେଶ ଜାରି କରିଥିବା ବେଳେ ଅଧିକରୁ ଅଧିକ ମାତ୍ରାରେ ତାଳ ଗଛ ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। I ଏହି ପରୀପ୍ରେକ୍ଷୀରେ ବ୍ରାହ୍ମଣୀଗାଁ ବନାଞ୍ଚଳର ୬ଗୋଟି ସଂରକ୍ଷିତ ଜଙ୍ଗଲରେରେ ୮୫୦୦ ତାଳ ଚାରା ରୋପଣର ଲକ୍ଷ୍ୟ ରଖାଯାଇଛି ।  ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ତତ୍ତ୍ଵାବଧାନରେ ରବିବାର ଦିନ ଋଷିମାଳ ସଂରକ୍ଷିତ ଜଙ୍ଗଲର ମେରାମହା ଛକ ଠାରୁ ତାଳ ଚାରା ରୋପଣ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି l ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ତାଳ ଗଛ ଲଗା ଯାଉ ଥିବାରୁ ଚାରା ଗୁଡିକ ଯେପରି ନଷ୍ଟ ନ ହୋଇ ଉତ୍ତମ ବୃକ୍ଷ ହୋଇ ପାରିବ ସେଇଥି ପାଇଁ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାଇ କେଉଁ ସ୍ଥାନ ରେ କିଭଳି ଚାରା ରୋପଣ କରାଯିବ ତାହା ଅନ୍ୟ କର୍ମଚାରୀ ମାନଙ୍କୁ  ତାଲିମ ପ୍ରଦାନ କରି ଥିଲେ ।  ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ କାଟିଙ୍ଗିଆ ବନପାଳ ସରୋଜ ମଙ୍ଗରାଜ, ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ, ଗଦାପୁର ଅତିରିକ୍ତ ବନପାଳ ସଞ୍ଜୀବ ବେହେରା ସମେତ ଅନ୍ୟାନ୍ୟ ବନ କର୍ମଚାରୀ ମାନେ ଯୋଗ ସହଯୋଗ କରିଥିଲେ ।