“ଦାରିଙ୍ଗବାଡି : ଅଭୁଲା ସ୍ମୃତି ” ପୁସ୍ତକର ସମୀକ୍ଷା ସମାରୋହ ଓ କବିତା ପାଠ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ରବିବାର ସାହିତ୍ୟ କାର୍ଯ୍ୟକ୍ରମ ତଥା ପୁସ୍ତକ ସମୀକ୍ଷା ସମାରୋହ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଂଯୋଜକ ତଥା ବରିଷ୍ଠ କବି, ସାହିତ୍ୟିକ ବିଦେଶୀ ନାୟକଙ୍କ ସଂଯୋଜନାରେ  ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଅନ୍ୟ ଅତିଥିଙ୍କ ମଧ୍ୟରେ ତହସିଲଦାର ଶରତ ଶବର, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର, ଆଲୋଚକ ଡ.ମଧୁସୂଦନ ମହାପାତ୍ର, ଡ.ନଳିନୀ କୁମାର ପାଣିଗ୍ରାହୀ ଯୋଗଦେଇ “ଦାରିଙ୍ଗବାଡି ଅଭୁଲା ସ୍ମୃତି” ପୁସ୍ତକର ସମୀକ୍ଷା ଓ ଆଲୋଚନା କରିଥିଲେ । ପ୍ରତ୍ୟେକ ମଣିଷ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରନ୍ତି, ଅନେକ ବିଷୟ ବସ୍ତୁକୁ ଦେଖନ୍ତି, ଉପୋଭୋଗ କରନ୍ତି ସତ, କିନ୍ତୁ ଜଣେ କବି ବା ଗାଳ୍ପିକଙ୍କ ଦୃଷ୍ଟି ଭଙ୍ଗୀ କିଛି ଅଲଗା ଯାହା ତାଙ୍କ ଲେଖନି ରୁ ପରିପ୍ରକାଶ ହୋଇଥାଏ । ଆଲୋଚ୍ୟ ପୁସ୍ତକଟିକୁ ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟ ରତ ଜଣେ ପ୍ରଶାସନିକ ଅଧିକାରୀ ବିଡ଼ିଓ ଗଦାଧର ପାତ୍ରଙ୍କ ଦ୍ୱାରା ରଚନା କରାଯାଇଥିବା ବେଳେ ଏହି ପୁସ୍ତକରେ  ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳ ଭ୍ରମଣ କରି ଏହାର କଳା, ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ କ୍ଷେତ୍ର ଜଙ୍ଗଲ, ପରିବେଶ ଓ ବିଭିନ୍ନ ବିକାଶ ଓ ଅଧୁରା ରହିଯାଇଥିବା ବିଭିନ୍ନ କ୍ଷେତ୍ରର ବିକାଶ ଆଦି ସମ୍ପର୍କରେ ସ୍ଥାନିତ କରିଛନ୍ତି । ଜଣେ ପ୍ରଶାସନିକ ଅଧିକାରୀଙ୍କର ଅବଦାନ ଓ ଅଭୁଲା ସ୍ମୃତିକୁ ନେଇ ଉପସ୍ଥାପିତ ଉକ୍ତ ପୁସ୍ତକଟି ପାଠକମାନଙ୍କୁ ବହୁତ ଆଦୃତ କରୁଥିବା ନେଇ ଆଲୋଚକମାନେ ନିଜ ନିଜର ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବହାରୁ ଅନେକ କବୟିତ୍ରୀ, କବି ସାହିତ୍ୟିକ ଯୋଗଦେଇ ଦାରିଙ୍ଗବାଡି ଅଭୁଲା ସ୍ମୃତି ପୁସ୍ତକ ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା କବିତା ପ୍ରେମୀ ଓ ଛାତ୍ରଛାତ୍ରୀମାନେ ନିଜ ରଚିତ କବିତା ପଠନ କରିଥିଲେ । ସମସ୍ତ କବୟିତ୍ରୀ ଓ କବି ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବାଲିଗୁଡ଼ାରୁ ବରିଷ୍ଠ ଓକିଲ କୌଶିକ ସାହୁଙ୍କ ସମେତ ଫୁଲବାଣୀରୁ ରବୀନ୍ଦ୍ରନାଥ ମିଶ୍ର, ସସ୍ମିତା ପଣ୍ଡା, ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିୟାରସିଂ, ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ.ଭାସ୍କର ନାୟକ, ଫିରିଙ୍ଗିଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ମିଶ୍ର, ବନବିହାରୀ ନନ୍ଦ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଠ, ଜ୍ୟୋତିର୍ମୟୀ କଂହର, ଡ.ପ୍ରତାପ କୁମାର ବେହେରା, ହରପ୍ରିୟା ମିଶ୍ର, ପତିତପାବନ ରାଉତ, ପ୍ରସନ୍ନ କୁମାର ପଣ୍ଡା, ସୁସ୍ମିତା ପାତ୍ର, ଅରୁଣ କୁମାର ସାହୁ, ବିଶ୍ୱଜିତ ଜାଲି, ଅଧ୍ୟାପିକା ସସ୍ମିତା ସାମନ୍ତ ପ୍ରମୁଖ ଆଲୋଚନା କରିଥିଲେ l