ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ସହରର ଧର୍ମପରାୟଣ ବ୍ୟକ୍ତି ସୁବାଷ ଚନ୍ଦ୍ର ପଣ୍ଡାଙ୍କ ୭୨ବର୍ଷ ବୟସରେ ତାଙ୍କ ମହାଗୁଡା ସାହି ବାସଭବନରେ ଶନିବାର ରାତ୍ର ଏକ ଘଣ୍ଟା ସମୟରେ ହୃଦଘାତରେ ପରଲୋକ ଘଟିଛି । ସେ ସରକାରୀ ଚାକିରୀରୁ ଅବସର ନେବା ପରେ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଜଡ଼ିତ ଥିଲେ । ପାରିବାରର ସଦସ୍ୟଙ୍କ ଉପସ୍ଥିତିରେ ମରଶରୀରକୁ ପୁରୀ ସ୍ଵର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ଦୁଇ ପୁଅ ଓ ଦୁଇ ବୋହୁ ଏବଂ ତାଙ୍କ ଧର୍ମପତ୍ନୀ ଥିଲେ । ତାଙ୍କ ମୃତ୍ୟୁରେ ବ୍ରାହ୍ମଣ ସମାଜ ସଭାପତି ବିନୋଦ ବିହାରୀ ଦାଶ, ସମ୍ପାଦକ ବଟକୃଷ୍ଣ ଦାଶ, ବ୍ୟବସାୟୀ ସଂଘ ସମ୍ପାଦକ ଅରୁଣ କୁମାର ସଢଙ୍ଗୀଙ୍କ ସମେତ ବରିଷ୍ଠ ନାଗରିକ ସଂଘର କର୍ମକର୍ତାମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।