ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଶ୍ରାବଣ ମାସରେ କାଉଡିଆଙ୍କ ଭିଡକୁ ପରିଲିକ୍ଷିତ କରି ଶ୍ରାବଣୀ ଶିବ ଲିଙ୍ଗ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିଜୟ କୁମାର ସ୍ଵାଇଁ ଓ ତାଙ୍କ ଧର୍ମପତ୍ନୀ ମୁଖ୍ୟ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ହିଞ୍ଜିଳିକାଟୁ ସୂନ୍ଦର ମାଧବ ଵେଦ କର୍ମକାଣ୍ଡ ବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ସଙ୍କର୍ଷଣ ପାଠୀ ଓ ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ପୁରୋହିତ ପୂଜାର୍ଚ୍ଚନା କରିଥିଲେ । କଳଶ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉତ୍ସବରେ ଆଖପାଖ ଅଞ୍ଚଳରୁ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ନୁଆଗଡ ବାଲୁଙ୍କେଶ୍ୱର ମନ୍ଦିର ସଭାପତି ସୁବାସ ଚନ୍ଦ୍ର ଗୈଡ ଓ ନୁଆଗଡ ଗ୍ରାମବାସୀମାନେ ସହଯୋଗ କରିଥିଲେ । ସମସ୍ତ ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l