ପିକଅପ୍ ଭ୍ୟାନ୍ ସହ ବାଇକ ଧକ୍କା, ତିନି ଗୁରୁତର…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧୀନ ମୁଜାଗଡ ଗ୍ରାମ ନିକଟରେ ଗୁରୁବାର ଅପରାହ୍ନ ସମୟରେ ଏକ ପିକଅପ୍ ଭ୍ୟାନ୍ ସହ ବାଇକ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଗୁଟିଙ୍ଗିଆ ଗ୍ରାମର ଜୁନାଶ ଦିଗାଲ (୪୦) ତାଙ୍କ ପତ୍ନୀ ଶାନ୍ତି ଦିଗାଲ(୩୫) ଓ ତାଙ୍କ ପୁଅ ସାହିଲ ବୋଲି ଜଣାପଡିଛି । ଜୁନାଶ ନିଜ ପରିବାର ସହ ମାମୁ ଘର ବିରିପଦର ଗ୍ରାମକୁ ଆସି ଆଜି ନିଜ ଘରକୁ ଫେରୁଥିଲେ । ଏହି ସମୟରେ ମୁଜାଗଡ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ପିକଅପ୍ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ତିନି ଜଣ ରାସ୍ତା ଉପରେ ଛିଟିକି ପଡିଯାଇଥିଲେ । ତୁରନ୍ତ ସେମାନଙ୍କୁ ପ୍ରଥମେ ମୁଜାଗଡ ପ୍ରାଥମିକ ସ୍ବାସ୍ଥକେନ୍ଦ୍ର ପରେ ଭଞ୍ଜନଗର ଅଣାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସେମାନଙ୍କୁ ଡାକ୍ତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।