ସାପ କାମୁଡାରେ ଛାତ୍ରୀ ମୃତ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦର୍ପଙ୍ଗିଆ ଆଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ରବିବାର ରାତିରେ ହଷ୍ଟେଲରେ ଶୋଇଥିବା ସମୟରେ ଏକ ଚିତି ସାପ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ କାମୁଡି ଦେଇଥିଲା। ସେ ଚିତ୍କାର କରିବା ପରେ ସମସ୍ତେ ନିଦରୁ ଉଠିଯାଇଥିଲେ । ପିଲାମାନେ ସାପଟିକୁ ଦେଖି ମାରିଦେଇଥିଲେ । ହଷ୍ଟେଲର କର୍ମଚାରୀମାନେ ଛାତ୍ରୀ ରିଧି ପ୍ରଧାନଙ୍କୁ ଭଞ୍ଜନଗର ମେଡ଼ିକାଲକୁ ଆଣିବା ସହ ତାଙ୍କ ବାପା ଗୋବରସିଂ ପ୍ରଧାନକୁ ସୂଚନା ଦେଇଥିଲେ । ପରିବାର ଲୋକ ପହଞ୍ଚିଥିବା ବେଳେ  ଚିକିତ୍ସା ସମୟରେ ସକାଳ ପ୍ରାୟ ୬ଟାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରୀଙ୍କ ଗ୍ରାମ ନବଗୋଛା ବୋଲି ଜଣାପଡିଛି । ଏନେଇ କେସ ନଂ ୨୬/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।