୩୬ତମ ତାଇକୋଣ୍ଡ ଚାମ୍ପିୟନସିପ୍ ଅନୁଷ୍ଠିତ, ଭଞ୍ଜନଗର ପ୍ରଶିକ୍ଷାର୍ଥିଙ୍କ ସଫଳତା…

ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟ ସ୍ତରୀୟ ତାଇକୋଣ୍ଡ ଚାମ୍ପିୟନସିପ୍ ରେ ଭଞ୍ଜନଗର ପ୍ରଶିକ୍ଷାର୍ଥି ସଫଳତା ହାସଲ କରିଛନ୍ତି। ଚଳିତ ବର୍ଷ କଟକ ଜବହାରଲାଲ ନେହୁରୁ ଇନ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ୩୭ ତମ ଓଡ଼ିଶା ରାଜ୍ୟ ସ୍ତରୀୟ କନିଷ୍ଠ ଓ ବରିଷ୍ଠ ବର୍ଗର ତାଇକୋଣ୍ଡ ଚାମ୍ପିୟନସିପ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଞ୍ଜନଗର ତାଇକୋଣ୍ଡ ଏକାଡେମୀରୁ କୋଚ ପ୍ରାଣକୃଷ୍ଣ ଗୌଡଙ୍କ ତତ୍ବବଧାନରେ ୫ ଜଣ ଶିକ୍ଷାର୍ଥି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ବେଳେ ସେଥିରୁ ୪ ଜଣ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଏହି ପ୍ରତିଯୋଗୀତାରେ ପ୍ରତ୍ୟୁଷା ରଥ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏସ.ସାଇକିରଣ ପାତ୍ର, ଆଦିନାଥ ବଳରାମ ପାୱାର ଓ ହିତାଂଶୁ ମହାପାତ୍ର ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅତିଥି ମାନେ ପଦକ ଓ ପ୍ରମାଣ ପତ୍ର ଦେଇଥିବା ବେଳେ ଏହି ଖବର ଆସିବା ପରେ ଅଞ୍ଚଳରେ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ମାହୋଲ ଖେଳି ଯାଇଛି l