ଅନୁସନ୍ଧାନ ଭାରତ(ବ୍ୟୁର): ରଥଯାତ୍ରାରେ ଆସି ଆଡପ ମଣ୍ଡପରେ ପୂଜା ପାଉଛନ୍ତି ଚତୁର୍ଧା ମୂର୍ତ୍ତି ।ନବ ଦିନାତ୍ମକ ଯାତ୍ରାରେ ବାହାରି ବିଭିନ୍ନ ବେଶରେ ମହାପ୍ରଭୁ ଭକ୍ତକୁ ଦେଇଥାନ୍ତି ଦର୍ଶନ । ଏହି କ୍ରମରେ ଆଜି ମଛ୍ଯ ବେଶରେ ଦେଇଛନ୍ତି ଦର୍ଶନ। ଆଡପ ମଣ୍ଡପରେ ମହାପ୍ରଭୁ ଦର୍ଶନ କରିବାରେ ସ୍ୱତନ୍ତ୍ର ମହିମା ରହିଥିବା ବେଳେ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତମାନକଂ ସମାଗମ ଦେଖିବାକୁ ଲାଗିଛି । ପ୍ରତିକୂଳ ପାଗ ସତ୍ୱେ ଭକ୍ତଙ୍କ ଗହଳି ଲାଗି ରହିଛି।ଭକ୍ତମାନକଂ ଶ୍ରୁଖଳିତ ଦର୍ଶନ ପାଇଁ କମିଟି ତରଫରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏଥିରେ କମିଟି ତରଫରୁ କାଳୁ ଚରଣ ପଣ୍ଡା, ଅଶୋକ କୁମାର ପାତ୍ର, ଅରୁଣ କୁମାର ଷଡଗିଂ, ମନୋରଞନ ପତି, ସଞ୍ଜୟ ଆଚାର୍ଯ୍ୟ, ମାନସ ପଣ୍ଡା, ଅଚ୍ୟୁତ ପଣ୍ଡା, ଚନ୍ଦ୍ର କାନ୍ତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।