ଗୁମୁଡ଼ୁ ମାହା ଗୁଳିକାଣ୍ଡ ଘଟଣା: ପାଞ୍ଚ ସହିଦଙ୍କ ସ୍ମୃତି ଉଦେଶ୍ୟରେ ଅଷ୍ଟମ ଶ୍ରଦ୍ଧାବାର୍ଷିକୀ ଅନୁଷ୍ଠିତ, ଅଧୁରା ଥିବା ପ୍ରତିଶ୍ରୁତିକୁ ପୁରଣ ପାଇଁ ଅନୁରୋଧ କଲେ ଗୁମୁଡ଼ୁ ମାହାବାସୀ….

ବାଲିଗୁଡା (ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପରମପାଙ୍ଗା ଗ୍ରାମ ପଞ୍ଚଯାତର ଗୁମୁଡୁମାହା ଗ୍ରାମରେ ଆଜି ପାଞ୍ଚ ସହିଦ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି । 2016 ମସିହା ଜୁଲାଇ 8 ତାରିଖ ଗୁମୁଡୁମାହା ଗ୍ରାମବାସୀଙ୍କ ପାଇଁ ସାଜିଥିଲା କାଳରାତୀ । ମନରେଗା ଟଙ୍କା ଉଠେଇ ବାଲିଗୁଡାରୁ ନିଜ ଘରକୁ ଫେରୁ ଫେରୁ ରାତି ପ୍ରାୟ 8 ଟା 30 ମିନଟ l ସେତିକିବେଳେ ଗାଁ ମୁଣ୍ଡରେ ଥିବା ଏକ କଲଭେଟରେ ଅଟୋ ରିକ୍ସା କାଦୁଅରେ ଫଶୀ ଯାଇଥିଲା । ସେଠିକି ବେଳେ ମହିଳାମାନଙ୍କୁ ଅଟୋ ରିକ୍ସାରୁ ଓଲ୍ହାଇବା ପାଇଁ ପୁରୁଷମାନେ କହିଥିଲେ l ଆଉ ପୁରୁଷମାନେ ଅଟୋକୁ କାଦୁଆରୁ ବାହାର କରି ଭଲ ଜାଗାକୁ ନେଇ ସମସ୍ତେ ବସିବାବେଳେ ଅଚାନକ ଏସଓଜି ଯବାନଙ୍କ ବନ୍ଧୁକରୁ ଗୁଳି ବର୍ଷା ବର୍ଷି ଥିଲା । ଅଟୋରେ ପ୍ରାୟ 22 ଜଣ ଆସୁଥିଲା l ସେଥି ମଧ୍ୟରୁ 13 ମାସର ଶିଶୁ ସମେତ ପାଞ୍ଚ ଜଣ ନିରୀହ ଆଦିବାସୀଙ୍କ ଜୀବନ ଚାଲିଯାଇଥିଲା ଏବଂ ସାତ ଜଣ ଆହତ ହୋଇଥିଲେ । ଦେଖୁ ଦେଖୁ ବିତି ଗଲାଣି ଆଠ ବର୍ଷ ଏବେ ବି ଝୁରୁଛି ଗୁମୁଡୁମାହା l 2016 ମସିହାଠାରୁ ଆଜି ପର୍ଯ୍ୟନ୍ତ ଗୁମୁଡୁମାହା ଗ୍ରାମବାସୀମାନେ ଜୁଲାଇ 8 ତାରିଖରେ ତାଙ୍କର ଅମର ଆତ୍ମା ଶାନ୍ତି ପାଇଁ ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଞ୍ଜଳି ଦିବସ ଭାବରେ ପାଳନ କରୁଆସୁ ଛନ୍ତି ଏବଂ ଆଗକୁ ମଧ୍ୟ ଏହି ଦିବସ ପାଳନ କରିବାକୁ ନିଷ୍ପତି ନେଇଛନ୍ତି । ଏଠାରେ ପରମପଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ ଦେହ ଅସୁସ୍ଥ ଥିବାରୁ ତାଙ୍କ ସ୍ୱାମୀ ଆସି ଏହି ଦିବସରେ ଯୋଗ ଦେଇଥିଲେ ଏବଂ ବିଯୁଜନତା ଦଳର ପଞ୍ଚାୟତ ସଭାପତି ମଧ୍ୟ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମ ବାସୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଦିବସକୁ ପାଳନ କରିଛନ୍ତି । ଏହି ସମୟରେ ଗଣମଧ୍ୟମ ସମ୍ମୁଖରେ ଗ୍ରାମବାସୀମାନେ ଅଭିଯୋଗ ମଧ୍ୟ ଆଣିଛନ୍ତି ଯେ ପୂର୍ବ ସରକାର କିଛି ପ୍ରତିଶୃତି ଦେଇଥିଲେ l ହେଲେ କିଛି ପ୍ରତିଶୃତି ପୂରଣ ହେଇଛି କିନ୍ତୁ କିଛି ପ୍ରତିଶୃତି ପୂରଣ ହେଇନଥିବା କହିଛନ୍ତି ଗ୍ରାମବାସୀ । ପୂରଣ ହୋଇଥିବା ପ୍ରତିଶୃତି ହେଲା ରାସ୍ତା, ମୋବଇଲ ନେଟୱାର୍କ, ପାଣି ସୁବିଧା ମାତ୍ର ପୂରଣ ହେଇଛି l କିନ୍ତୁ ମୁଖ୍ୟ ପ୍ରତିଶୃତି ପୂରଣ ହୋଇନାହିଁ ସେହି ପ୍ରତିଶୃତି ହେଲା ପାଞ୍ଚ ଜଣଙ୍କ ମୃତ୍ୟୁର ଏ ପର୍ଯ୍ୟନ୍ତ ଗୁମୁଡୁମାହା ଗ୍ରାମବାସୀଙ୍କୁ ନ୍ୟାୟ ମିଳି ପାରିନି । ତେଣୁ ଏହା ହେଉଛି ଗୁମୁଡୁମାହା ଗ୍ରାମବାସୀଙ୍କ ମୁଖ୍ୟ ଦାବି । ତେଣୁ ଗୁମୁଡ଼ୁ ମାହା ବାସଅଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବା ନିମନ୍ତେ ମୋହନ ସରକାରଙ୍କୁ ଅନୁରୋଦ କରିଛନ୍ତି ଅଞ୍ଚଳବାସୀ । ଲୋକମାନଙ୍କ ବିଶ୍ୱାସ ରହିଛି ପୂର୍ବ ସରକାରଙ୍କ ଦ୍ୱାରା ଅଧୁରା ରହି ଥିବା କିଛି ପ୍ରତିଶୃତି ବର୍ତ୍ତମାନର ସରକାର ପୂରଣ କରିବେ l ତେଣୁ ବର୍ତମାନର ସରକାର ଏହି ପ୍ରତିଶୃତିକୁ ପୂରଣ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୃତକଙ୍କ ପରିବାର l ତେଣୁ ବର୍ତ୍ତମାନର ସରକାର ଗୁମୁଡୁମାହା ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ ପାଇଁ କଣ ପଦକ୍ଷେପ ନେଉଛନ୍ତି ବୋଲି ଅଞ୍ଚଳ ବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି ।

csp