ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଘୁ.ଉଦୟଗିରି ସହରରେ ମହାଆଡମ୍ବର ସହକାରେ ପାଳିତ ହୋଇ ଯାଇଛି I
ଅପରାହ୍ନରେ ଝିପି ଝିପି ବର୍ଷା ସତ୍ୱେ ଭକ୍ତଙ୍କ ଯେଉଁ ଉତ୍କଣ୍ଠା ଏବଂ ବହୁ ଜନସମାଗମ ଲାଗି ରହିଥିବା ଦେଖି ବାକୁ ମିଳିଛି I ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କୁ ନୀତି କାନ୍ତି ଅନୁଯାୟୀ ପହଣ୍ଡି ବିଜେକରି ଠାକୁରଙ୍କ ତିନୋଟି ନନ୍ଦିଘୋଷ, ତାଳ ଧ୍ଵଜ ଏବଂ ଦେବଦଳନ ରଥ ଉପରକୁ ତିନି ଠାକୁରଙ୍କୁ ନେଇ ବିରାଜମାନ କରାଯାଇଥିଲା I ତତପରେ ତିନୋଟି ରଥକୁ ଛେରାପହଁରା କରା ଯାଇ ଥିଲା I ଶେଷରେ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥ ତିନୋଟିକୁ ଭକ୍ତଙ୍କ ଗହଣରେ ଟଣା ଯାଇଥିଲା I ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ସଭାପତି ବିନୋଦ ବିହାରୀ ଦାଶ, ସମ୍ପାଦକ ଅରୁଣ କୁମାର ଷଡ଼ଙ୍ଗି, କୋଷା ଧ୍ୟକ୍ଷ ଏସ.ଅଶୋକ କୁମାର ପାତ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳ ବାସୀ ଏହି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥ ଯାତ୍ରାରେ ଉପସ୍ଥିତ ରହି ତିନି ଠାକୁରଙ୍କ ଅପୂର୍ବ ଦର୍ଶନ ସହ ଅପାର କୃପା ଲାଭ କରିଥିଲେ ଶ୍ରଦ୍ଧାଳୁ I
Prev Post