ଅନୁସନ୍ଧାନ ଭାରତ(ବ୍ୟୁର): କଳିଙ୍ଗ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନାର ମିଳିତ ଉଦ୍ୟମ ରେ ତା: ୦୬/୦୭/୨୦୨୪ ରିଖ ଦିନ ଅନୁଷ୍ଠାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ମେହେର ପରିଚାଳନା କରିବା ସହ ବନ ବିଭାଗର ଏ. ସି. ଏଫ୍. କାଜଲ କୁମାରୀ ନାୟକ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ କର୍ମଚାରୀ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନଙ୍କ ଦ୍ଵାରା ୧୦୦ ଟି ବୃକ୍ଷରୋପଣ କରାଯାଇଥିଲା । ଯୁବ ରେଡକ୍ରସର କାଉନସିଲର ଅଧ୍ୟାପକ ତପନ ଚନ୍ଦ୍ର ନାୟକ ଏବଂ ସହାୟିକା ପ୍ରଜ୍ଞା ପରମିତା ସାହୁ, ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଗିରୀଶ କୁମାର ମୁଥାମାଝି ଏବଂ ଅଧିକାରିଣୀ ଶ୍ରୀମତୀ ସରିତା ମିଶ୍ର ଏବଂ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏଥିରେ ସହଯୋଗ କରିଥିଲେ ।