ରାମଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟ କୁର୍ତ୍ତମଗଡ଼ ଠାରେ ବନ ମହାତ୍ସବ ପାଳିତ…..

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡ଼ି ବନ୍ଧ ବନାଞ୍ଚଳ, କୁର୍ତ୍ତମଗଡ଼ ଗ୍ରାମ ପଞ୍ଚାୟତର ରାମ ଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟ ଠାରେ 75 ତମ ବନ ମହତ୍ସବ ପାଳିତ କରା ଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କିସମର ଚାରା ରୋପଣର ଶୁଭାରମ୍ଭ କରା ଯାଇଛି । କୁର୍ତ୍ତମଗଡ଼, ବନଖଣ୍ଡର ଅଧିକାରୀ ମନ୍ମନ୍ତ ପରିଚାଙ୍କ ନେତୃତ୍ୱରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୁର୍ତ୍ତମଗଡ଼ ନାଏବ ସରପଞ୍ଚ ରାମ ଚନ୍ଦ୍ର ମାଝୀ, ବିଶିଷ୍ଟ ସମାଜ ସେବି ତଥା ଜନ ସାଧାରଣଙ୍କ ସୁଖଦୁଃଖର ସାଥି ହୀରା ଲାଲ ପ୍ରଧାନ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ । ସନମାନୀୟ ଅଥିତି ଭାବେ ରାମ ଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାହା ପାତ୍ର ଓ ହଇହୋୟ ଶୋସାଇଟିର ମୁଖ୍ୟ ପରିଚାଳକ ଲିଙ୍ଗରାଜ ପ୍ରଧାନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୁର୍ତ୍ତମଗଡ଼ ଫୋରେଷ୍ଟ ଗାର୍ଡ ଖଗେଶ୍ୱର ପ୍ରଧାନ, ସାଗରୀକା ବେହେରା ଓ କୁର୍ତ୍ତମଗଡ଼ ବନବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ରାମଚନ୍ଦ୍ର ଦେଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରିଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।