ବ୍ଲକ ସ୍ତରୀୟ ଅଷ୍ଟମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ….

ଟିକାବାଲି(ସାନୁଜ ବେହେରା): ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ ସିଆରସିସି ସମେତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପିକରଡ଼ି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଅଷ୍ଟମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି l ଏହି ବୈଠକରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ ଅଧକ୍ଷ୍ୟତା କରିଥିବା ବେଳେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଦୀପ୍ତ ନାୟକ, ଗଣେଶ୍ୱର କହଁର ଓ ଶ୍ରୀମତୀ ବିନୋଦିନୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ l ଏହି ବୈଠକକୁ ଶିକ୍ଷକ ରାଜ କୁମାର ସାହୁ ଓ ଜିଲ୍ଲା ସହାୟକ ଅଧିକାରୀ ସୁଧୀର କୁମାର ନାୟକ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ ଏବଂ ଏହି ବୈଠକରେ ମୁଖ୍ୟତଃ ବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଓ ଅଣ ଶୈକ୍ଷିକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା l ସେଥିରେ ୟୁ ଡାଇସ ପ୍ଲସରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା, ମାଟ୍ରିକ ପରୀକ୍ଷା ଫଳ ସମୀକ୍ଷା, ପ୍ରାଥମିକ ବିଦ୍ୟାଳୟର ୟୁନିଫର୍ମ କ୍ରୟ, ପାଠାଗାର ଓ ଡିଜିଟାଲ ପାଠାଗାରକୁ ସକ୍ରିୟ କରିବା, ମାସିକ ଶିକ୍ଷଣ ଯୋଜନା, ନବମ ଶ୍ରେଣୀର ଉପସ୍ଥାନ ଓ ମାର୍କ ଲେଖିବା, ଚଳିତ ଶିକ୍ଷାବର୍ଷ ପାଇଁ ଆକାଂକ୍ଷୀ ପାଠ୍ୟକ୍ରମ ଓ ଆକାଂକ୍ଷୀ କ୍ଳବର ପରିଚାଳନା, ଗଣିତ ଦକ୍ଷତା ବୃଦ୍ଧି ପଦକ୍ଷେପ, ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ପ୍ରସ୍ତୁତି, ବିଦ୍ୟାଳୟରେ ଡ୍ରପ ଆଉଟ ଶିକ୍ଷାର୍ଥୀଙ୍କ ସ୍ଥିତି ଓ ପୁନଃ ଶିକ୍ଷା ପ୍ରତି ଆକର୍ଷିତ କରିବା, କ୍ଳବ ଓ ହାଉସ ର ପୁନଃରୀକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଅଛି l ଏହାପରେ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା I ପିକରଡ଼ି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ କୁମାର ମୋହିନୀ ଓ ଷ୍ଟାଫଙ୍କ ଦ୍ୱାରା ସୁନ୍ଦର ବ୍ୟବସ୍ଥା ଓ ପରିଚାଳନା ଯୋଗୁଁ ସମସ୍ତେ ଭୃଷୟୀ ପ୍ରଶଂସା କରିଛନ୍ତି l