ସଳପଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳିତ….

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୫ତମ ବନମହୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି l ବୃକ୍ଷ ଟିଏ ମଣିଷ ଟିଏ l ବୃକ୍ଷ ହଁ ଜୀବନ ବୃକ୍ଷ ବିନା ମଣିଷ ବଂଚିବା ଅସମ୍ଭବ ଅଟେ l ବନମହୋତ୍ସବ ଅବସରରେ ଇକୋ କ୍ଳବ୍ ଓ ସାଇନ୍ସ କ୍ଳବ୍ ର ମିଳିତ ସହଯୋଗରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ବୃକ୍ଷ ରୋପଣ କରିଛନ୍ତି l ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅନିଳ କୁମାର ସ୍ବାଇଁ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ରୋପଣ ପାଇଁ ପ୍ରେରଣା ଯୋଗାଇଥିଲେ । ବନମହୋତ୍ସବ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମିଳିତରେ ଆମ୍ବ, ପଣସ, କଦମ୍ବ, ନିମ୍ବ, ଚମ୍ପା, ଅଁଳା, ବଉଳ, ବିଷ୍ଣୁଚୁଡା, ଦେବଦାରୁ ବିଭିନ୍ନ ଉପକାରିତା ୧୨୦ ଟି ଗଛ ଲଗାଇଥିବା ଦେଖିବାକୁ ମିଳିଛି l ଗଛ ଲଗାଇବା ଦ୍ୱାରା ଆମ ଚତୁର୍ପାଶ୍ୱର ପରିବେଶ ସବୁଜ ସୁନ୍ଦର ହେବା ସହିତ ମଣିଷକୁ ବଂଚିବା ପାଇଁ ଅମ୍ଳଜାନ ଦିଏ l ଯାହାରୀ ଫଳରେ ମଣିଷ ବଂଚିବାରେ ଉତ୍ତମ ପରିବେଶ ସୃଷ୍ଟି ହୁଏ l ଏଣୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ଆମ ପାଇଁ କେତେ ଜରୁରୀ ତାହା ଜାଣିବା ଓ ଅନ୍ୟକୁ ଜଣାଇବା ସହ ନିଜ ପାଇଁ ଓ ପରିବେଶ ସବୁଜ ସୁନ୍ଦର ପାଇଁ ଗଛଟିଏ ଜରୁରୀ ଅଟେ ବୋଲି ସଚେତନତା କରିଥିଲେ l