ଟିକାବାଲି(ସାନୁଜ ବେହେରା): ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ହାଟପଦା ନିକଟରେ ଗଣ୍ଡଗୋଳ ଓ ଛୁରୀ ମାଡ ଘଟଣାରେ ଜଣେ ମୃତ୍ୟୁ ଓ ଦୁଇ ଜଣ ହୋଇଥିବା ସୂଚନା ମିଳିଛି | ସୂଚନା ଅନୁସାରେ ଶଙ୍କରାଖୋଲ ନିକଟ ଅଡାବାଡ଼ି ଶାଳବଣରେ କାଲି ତା 04/07ରିଖ ଦିନ ତିନି ଯୁବକ ଗୋଷ୍ଠୀ ଯଥା ସ୍ଥାନୀୟ ଶଙ୍କରାଖୋଲ, ଫିରିଙ୍ଗିଆ ଓ ଘୁ.ଉଦୟଗିରି ର ଯୁବକ ଯୁବତୀ ମାନେ ପିକନିକ କରୁଥିଲେ l ସେହି ଦିନ ଦୁଇ ପ୍ରହରରେ ଯୁବତୀ ମାନଙ୍କୁ କମେଣ୍ଟ ମରାକୁ ନେଇ ଫିରିଙ୍ଗିଆ ଓ ଶଙ୍କରାଖୋଲ ଯୁବକ ମଧ୍ୟରେ ବଚସା ଓ କଥା କଟାକଟି ହୋଇଥିଲା l ପରେ ଭୋଜି ଭାତ ସାରି ନିଜ ନିଜ ଘରକୁ ଯାଇ ଥିଲେ l ରାତ୍ର 10.30ସମୟ ହଠାତ ଶଙ୍କରାଖୋଲ ହାଟପଦାରେ ଶଙ୍କରାଖୋଲ ଓ ଫିରିଙ୍ଗିଆ ଯୁବକ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଫିରିଙ୍ଗିଆର ତପନ ବିଶୋଇ ଓ ଗୋପୀକିଶାନ ମଳିକ ଦୁହେଁ ଛୁରୀରେ ଶଙ୍କରାଖୋଲର ବସନ୍ତ ଦଳବେହେରା( 27)ପିଣ୍ଟୁ କହଁର, ଓ ଲକ୍ଷ୍ମୀଧର ରଣାଙ୍କ ଉପରେ ଆକ୍ରମଣ କରିବା ପରେ ସେଠାରୁ ଫେରାର ହୋଇଥିବା ଅଭିଯୋଗ ହୋଇଛି l ଖବର ପାଇ ପୁଲିସ ସେଠାରେ ପହଞ୍ଚି ବସନ୍ତ ଦଳବେହେରା( 27)ଏବଂ ପିଣ୍ଟୁ କହଁରକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗାଡିଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଥିଲା l ଯୁବକଙ୍କ ଦେହ ଅଧିକ ଗୁରୁତର ଥିବାରୁ ଡାକ୍ତର ଭୁବନେଶ୍ୱର ଏମସ ଡାକ୍ତରଖାନାକୁ ରେଫର କରିଥିଲେ l ସେଠାରେ ଚିକିତ୍ସିତ ଅବସ୍ଥାରେ ଭୋର ସକାଳ 4ଘଂଟିକା ସମୟରେ ବସନ୍ତ ଦଳବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ପିଣ୍ଟୁ କହଁର ସେଠାରେ ଚିକିତ୍ସା ହେଉଛନ୍ତି l ଅନ୍ୟ ଆହାତ ଲକ୍ଷ୍ମୀଧର ହାତରେ ସାମାନ୍ୟ ଆଘାତ ହୋଇଥିବାରୁ ଘରେ ଥାଇ ଚିକିତ୍ସା ହେଉଛନ୍ତି l ଏହି ଘଟଣାକୁ ନେଇ ଟିକାବାଲି ଥାନାରେ ଏକ ଧାରା 103(2)/109/3(5)ଭାରତୀୟ ନ୍ୟାୟ ସଂହିତା ଆଧାରରେ ପ୍ରଥମ କେଶ ନଂ 107/24 ରେ ଏକ ମାମଲା ରୁଜୁ ହେଇଥିବା ବେଳେ ଥାନାରେ କିଛି ଯୁବକଙ୍କୁ ଅଟକ ରଖାଯାଇ ପୁଲିସ ତଦନ୍ତ ଚଳାଇ ଥିବା ଟିକାବାଲି ଥାନା ଅଧିକାରିଣୀ କଲ୍ୟାଣୀ ମୋୟୀ ଶାଣ୍ଢ ସୂଚନା ଦେଇଛନ୍ତି l ନିଜେ ଥାନା ଅଧିକାରିଣୀ ଶ୍ରୀମତୀ ଷାଣ୍ଢ ତଦନ୍ତ ଭାର ନେଇଥିବା ସୂଚନା ଦେଇଛନ୍ତି l