ଯୁବକଙ୍କୁ ଗୁଳିମାଡ଼ ଘଟଣା: ଦେଶୀ ବନ୍ଧୁକ ଜବତ, ସହଯୋଗୀ ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧୀନ ନୂଆଁପଲ୍ଲୀ ଗ୍ରାମ ନିକଟ ଜଙ୍ଗଲ ରେ ଶୁକ୍ରବାର ଗୁଳିମାଡ଼ରେ କୁଶପଲ୍ଲୀ ଗ୍ରାମର ନିଲୁ ବିଷୋୟୀ(୨୫) ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଭଞ୍ଜନଗର ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଶିକାର ଉଦେଶ୍ୟ ରେ ଦେଶୀ ବନ୍ଧୁକ ନେଇ ଜଙ୍ଗଲ କୁ ଯାଇଥିବା ନିଲୁ ର ସହଯୋଗୀ ପିଣ୍ଟୁ ନାୟକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନାଧିକାରୀ କୁମର ମୁଦୁଲି ଙ୍କ ସୂଚନା ପ୍ରକାରେ, ଗତ ଗୁରୁବାର ବିଳମ୍ବିତ ରାତିରେ ଉଭୟ ନିଲୁ ଓ ପିଣ୍ଟୁ ଗାଁ ନିକଟ ଜଙ୍ଗଲ କୁ ଶିକାର ଉଦେଶ୍ୟ ରେ ଯାଇଥିଲେ । ରାତ୍ର ପ୍ରାୟ ୨ଟା ସମୟରେ ପିଣ୍ଟୁ ଧରିଥିବା ଦେଶୀ ବନ୍ଧୁକ ରୁ ଗୁଳି ପୁଟି ନିଲୁର ପେଟ ରେ ବାଜିଥିଲା। ସେ ସମୟରେ ନିଲୁକୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାକୁ ବ୍ରହ୍ମପୁର ବଡ ମେଡିକାଲକୁ ଡାକ୍ତର ସ୍ଥାନାନ୍ତର କରିଥିଲେ। ତଦନ୍ତ ପରେ ପିଣ୍ଟୁ ନାୟକ ଠାରୁ ଶିକାର ଉଦେଶ୍ୟରେ ବ୍ୟବହୃତ ଦେଶୀ ବନ୍ଧୁକ ଜବତ ସହ କେସ ନଂ ୫୮୦/୨୪ ରେ ଏକ ମାମଲା ରୁଜୁ କରାଯାଇ ପିଣ୍ଟୁକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି ।