ଭଞ୍ଜନଗର ବ୍ଳକ ଢିହପଢାଳ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଓଷ୍ଟାର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତଥା ଓଷ୍ଟାର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ ଭଞ୍ଜନଗର ବ୍ଳକ ଢିହପଢାଳ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା ସଭାପତି ସନ୍ତୋଷ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଭାଇଚାରା ସଂଗଠନ,ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ,ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଓଷ୍ଟା ଜିଲ୍ଳା ସଙ୍ଗଠନର ସମ୍ପାଦକ ବିଜୟ କୁମାର ବେହେରା,ଉପସଭାପତି ଅଶୋକ କୁମାର ହୋତା,ଉପଦେଷ୍ଟା ହିମାଂଶୁ କୁମାର ପଟ୍ଟନାୟକ,ଭିକାରୀ ଚରଣ ଗୌଡ଼,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼.ବିଜୟ ଚନ୍ଦ୍ର ମହାରଣା,ରାମଚନ୍ଦ୍ର ପୋଲେଇ,ଭଞ୍ଜନଗର ବ୍ଲକ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁ,ସମ୍ପାଦକ ଗୌରୀନନ୍ଦନ ହୋତା ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥି ମାନେ ଓଷ୍ଟାର ଆଗାମୀ ସାଙ୍ଗଠନିକ ପଦକ୍ଷେପ ସଂର୍ପକରେ ଆଲୋଚନା କରିବା ସହ ସଭାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ। ଓଷ୍ଟା ଜିଲ୍ଲା ପକ୍ଷରୁ ନବନିର୍ବାଚିତ ବିଧାନସଭା ସଦସ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ଓ ନୀଳମଣି ବିଷୋୟୀଙ୍କୁ ଉପଢୌକନ ଓ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଯାଇଥିଲା। ଶିକ୍ଷକ ଭାଇ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆମ ସରକାର ବେଶ ଅବଗତ ଥିବା ଓ ଏହାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ବିଧାୟକଙ୍କ ପ୍ରତିଶ୍ରୁତି ଶିକ୍ଷକମାନେ ଉତ୍ସାହିତ ହୋଇଥିଲେ। ଆସନ୍ତା ଜୁଲାଇରେ ରାଜ୍ୟ ସଙ୍ଗଠନର ନିର୍ଦ୍ଦେଶ ପ୍ରକାରେ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବ୍ରହ୍ମପୁର ଜିଲ୍ଳା କାର୍ଯ୍ୟାଳୟ ଠାରେ ଏକ ମହିଳା ସମାବେଶ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା। ଏଥିରେ ୨୨ଟି ବ୍ଲକ ଓ ବ୍ରହ୍ମପୁର ମୁନ୍ସିପାଲିଟିରୁ ଶତାଧିକ ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଜିଲ୍ଲା ଓଷ୍ଟା ସଙ୍ଗଠନକୁ ତୃଣମୂଳ ସ୍ତରରୁ ସଙ୍ଗଠିତ କରିବା ପାଇଁ ପ୍ରତି ବ୍ଲକରେ କିଭଳି ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯିବା ଉପରେ ଆଲୋଚନା କରାଯାଇଥିଲା।