ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ତୁମ୍ବୁଡ଼ିବନ୍ଦରେ ଏକ ମର୍ମାନ୍ତ ଦୁର୍ଘଟଣା ଘଟି ଯୁବକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ବାଲିଗୁଡାରୁ ବ୍ରହ୍ମହପୁର ବଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଏକ ଆମ୍ବୁଲାନ୍ସ ଗାଡି ଭୋବାନୀପାଟଣାରୁ ଭୋଂଜନଗରକୁ ଏକ ମରଶରୀର ଧରି ଯାଉଥିବା ବେଳେ ତୁମ୍ବୁଡ଼ିବନ୍ଧ ସ୍ଥିତ ନେତାଜୀ ଶୁଭାଷ ମାହାବିଦ୍ୟାଳୟ ବୁଲାଣିରେ କେଟିଏମ ବାଇକରେ ଜଣେ ଯୁବକ ଦ୍ରୁତ ଗତିରେ ଆସି ଆମ୍ବୁଲାନ୍ସକୁ ସାମ୍ନା ପଟୁ ଧକା ଦେଇ ଥିଲା l ଯୁବକ ଜଣକ ସେଠି ଆଚେତ ହୋଇ ପଡ଼ିଥିବା ଦେଖି କିଛି ବ୍ୟକ୍ତି 108କୁ ଖବର ଦେଇ ତୁମ୍ବୁଡ଼ିବନ୍ଧ ହସ୍ପିଟାଲକୁ ନେଇ ଥିଲେ l ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲା। ଗଜପତି ସାହୁ ନାମକ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହେବାରୁ ତୁରନ୍ତ ବାଲିଗୁଡାରୁ ବ୍ରହ୍ମହପୁର ବଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିବା ସୂଚନା ଦେଇଛନ୍ତି ବାଲିଗୁଡା ଡାକ୍ତର । ତେବେ ଘଟଣା ସ୍ଥଳରେ ତୁମ୍ବୁଡ଼ିବନ୍ଧ ପୁଲିସ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଟ ନେତା ନେତ୍ର ମାନସେଠ ଯୁବ ନେତା ଶଙ୍କର, ଶୋନୁ, ବବୁଲୁ, ଶ୍ରୀରାମ ଯାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମୃତ୍ୟୁ ଶରୀରକୁ ତାଙ୍କ ଘର ଭଞ୍ଜନଗରକୁ ପଠାଇ ଥିବା ସୂଚନା ମିଳିଛି l