କୂଅରେ ପଡି ୩ ବର୍ଷର ଝିଅ ମୃତ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ କଳିଙ୍ଗପଦର ଗ୍ରାମ ବାଘୁଆ ସାହିରେ ଏକ କୂଅରେ ପଡି ଜଣେ ୩ ବର୍ଷର ଝିଅର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ଗ୍ରାମର ଦୁଖୀଶ୍ୟାମ ସାହୁଙ୍କ ଝିଅ ପ୍ରୀୟାଂଶି । ଆଜି ଅପରାହ୍ନ ସମୟରେ ସେ ଗ୍ରାମରେ ଖେଳୁଥିବା ସମୟରେ କୂଅରେ ପଡି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପରିବାର ଲୋକ ତାକୁ ନପାଇ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାର ସନ୍ଧାନ ମିଳିନଥିଲା। ଏହାପରେ ଏକ ନନ୍ଦ କୂଅରେ ସେ ପଡିଥିବା ଦେଖି ସେଠାରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିବା ଜଣାପଡିଛି ।