ଭଞ୍ଜନଗର ଠାରେ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଆଜିଠାରୁ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଉଛି।ଏହା ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଅଗ୍ନିଶମ ସେବା ଦିବସ ପାଳନ ଅବସରରେ ସର୍ବଭାରତୀୟ ସ୍ତରରେ ସହୀଦ ହୋଇଥିବା କାର୍ଯ୍ୟରତ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅଗ୍ନିକାଣ୍ଡରେ ବହୁ ଧନ ସମ୍ପତ୍ତି ନଷ୍ଟ ହେଉଥିବା ବେଳେ ତାହାର ସୁରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ବୁଲି ବୁଲି ଲୋକମାନଙ୍କୁ ଅଗ୍ନିକାଣ୍ଡର ସମୟରେ ଭୟଭୀତ ନହୋଇ ସାହସର ସହିତ ମୁକାବିଲା କରିବା ଓ ସତର୍କତା ଅବଲମ୍ବନ ଉପରେ ସଚେତନ କରାଯାଇଥିଲା।ଆଗକୁ ମଧ୍ୟ ବିଭିନ୍ନ ପ୍ରତିଷ୍ଠାନରେ ମକ ଡ୍ରିଲ ଦ୍ୱାରା ଅଗ୍ନିକାଣ୍ଡର ଭୟାବହତା ଏବଂ ନିରାପତ୍ତା ସମ୍ପର୍କରେ ଅବଗତ କରାଯିବ। ସତର୍କତା ଓ ସୁରକ୍ଷା ଯୋଗୁଁ କିଭଳି ବଡ଼ ଦୁର୍ଘଟଣାକୁ ରୋକାଯାଇ ପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଥମ ଦିନରେ ଭଞ୍ଜନଗର ସହର ରେ ଏକ ସଚେତନତା ରାଲି ପରିଭ୍ରମଣ କରିଥିଲା । ଏଥିରେ ଭଞ୍ଜନଗର ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ସମୀର କୁମାର ବିଶ୍ବାଳଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ ।