ସଡ଼କ ଦୁର୍ଘଟଣାରେ ଦୁଇ ଦଣ୍ଡୁଆ ମୃତ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଦଣ୍ଡୁଆଙ୍କ ପ୍ରାଣ ହାନି ଘଟିଥିବା ଜଣା ପଡ଼ିଛି । ଦଣ୍ଡୁଆମାନେ ଏକ ପିକ-ଅପ ଭ୍ୟାନ ଯୋଗେ ବ୍ରହ୍ମପୁରରୁ କ୍ଷେତ୍ରୀୟ ବରପୁର ଫେରୁଥିବା ସମୟରେ ସ୍ଥାନୀୟ ସୋମପୁର ଛକ ଠାରେ କୌଣସି କାରଣରୁ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ରୁ ୧୨ ଜଣ ଦଣ୍ଡୁଆ ଗୁରୁତର ଆହତ ହୋଇଛନ୍ତିବ। ଗୁରୁତରମାନଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ସେମାନଙ୍କ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛିନ। ତେବେ ଏହି ଦୁର୍ଘଟଣାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଦହି ମୁଣ୍ଡଳୀ ଗ୍ରାମର ସାନିଆ ନାଇକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ । ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।