ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ଜଳ ଛତ୍ର ଆରମ୍ଭ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ରାଜ୍ୟରେ କ୍ରମାଗତ ଭାବରେ ପାରା ଉପରକୁ ଚଢ଼ିବାରେ ଲାଗିଛି। ଏହି ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇଁ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ପାନୀୟ ଜଳ ସେବା କେନ୍ଦ୍ରର ସ୍ଥାପନ କରାଯାଇଛି । ସହରର ଗୁରୁତ୍ତ୍ୱପୂର୍ଣ୍ଣ ଏବଂ ଜନଗହଳି ସ୍ଥାନ ମାନଙ୍କରେ ଏହି ପାନୀୟ ଜଳ ସେବା କେନ୍ଦ୍ର ସ୍ଥାପନ କରାଯାଇଥିବା ନେଇ ହିଞ୍ଜିଳିକାଟୁ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ସୂଚନା ପ୍ରଦାନ କରିଛନ୍ତି । ତେବେ ସ୍ଥାନୀୟ ଆର୍.ଏମ୍.ସି ଛକ ଠାରୁ ନୂତନ ଉପଖଣ୍ଡ ଚିକିତ୍ସାଳୟ ଯିବା ରାସ୍ତାରେ ଗୋଟିଏ ମଧ୍ୟ ଜଳଛତ୍ରର ସୁବିଧା କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।