ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ହିଞ୍ଜିଳି ବ୍ଲକର ନେତା….

ହିଞ୍ଜିଳିକାଟୁ(ସଂସ୍କାର ପଟନୟକ): ଷଷ୍ଠ ଥର ପାଇଁ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ନିଜକୁ ଅବତୀର୍ଣ୍ଣ କରାଇଥିବାରୁ ହିଞ୍ଜିଳି ବ୍ଲକର ନେତୃମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ତାଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି। ନିଶ୍ଚିତ ଭାବରେ ସେ ପୁଣି ଥରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇ ସେ ଷଷ୍ଠ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ନେତା ମାନେ ତାଙ୍କୁ ଜଣାଇଛନ୍ତି। ହିଞ୍ଜିଳିକାଟୁ ବ୍ଳକର ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5ଟି, ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିୟାନଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାରରେ ବିଜୁ ଜନତା ଦଳର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ କୁମାର ମହାରଣା, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ଏନ୍. ରଘୁନାଥ, ପୂର୍ବତନ ସରପଞ୍ଚ ବିଳାସିନୀ ପାଢ଼ୀ, ସରପଞ୍ଚ ନୀଳାଞ୍ଚଳ ସାହୁ, ଯୁବନେତା ଉମା ଶଙ୍କର ସାହୁ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ।