ଟଲଣା ସରକାର ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପଞ୍ଚମ ଶ୍ରେଣି ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା ତାହା ଅଶ୍ଵଷ୍ଠ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ଥାନ ଟଲଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜଣେ ଅନ୍ତେବାସୀ ଛାତ୍ରଙ୍କ ସନ୍ଦେହ ଜଣକ ମୃତ୍ୟୁ ଘଟିଛି । ବିଦ୍ୟାଳୟର ଏକ ଶ୍ରେଣୀ ଗୃହରୁ ଛାତ୍ରଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ହଷ୍ଟେଲରେ ରହି ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣାପଡିଛି । ମୃତ ଛାତ୍ର ଜଣକ ହେଉଛନ୍ତି ଜୁଦେଶ ଶବର ବୟସ ମାତ୍ର ୧୧ ବୋଲି ଜଣାପଡିଛି । ମୃତକଙ୍କ ଘର ମଧ୍ୟ ଟଳଣା ଗ୍ରାମରେ ବୋଲି ଜଣାପଡ଼ଛି । ଗତକାଲି ତଥା ବିଳମ୍ବିତ ରାତ୍ରିରେ ଏଭଳି ଘଟଣା ଘଟିଥାଇ ପାରେ ବୋଲି ବିଦ୍ୟାଳୟ କର୍ତୁପକ୍ଷ କହିଛନ୍ତି । କାରଣ ସକାଳେ ଶ୍ରେଣି ଗୃହ ସଫା କରିବା ପାଇଁ ପିଅନ ଜଣଙ୍କ ଯାଇଥିଲେ ସେଠାରେ ଛାତ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ରାତ୍ର ସମୟରେ ସମସ୍ତ ଶ୍ରେଣି ଗୃହ ତାଲା ପକା ଯାଉଥିବା ବେଳେ ଉକ୍ତ ଶ୍ରେଣି ଗୃହ କିପରି ଖୋଲା ରହିଥିଲା ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ଘଟଣା ସ୍ଥଳରେ ପୁଟାସିଂ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ଗୁଣପୁର ଉପଖଣ୍ଡ ଚିିତ୍ସାଳୟରେ ଭର୍ତି କରାଯାଇଥିଲା ।ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର ନିମନ୍ତେ ପୁଲିସ ଓ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଥିଲା । ଦିର୍ଘ ଘଣ୍ଟା ଛକପଞ୍ଝା ପରେ ପରିବାର ଲୋକେ ଶବ ଗ୍ରହଣ କରିଥିଲେ । ଖବର ପାଇ ଗୁଣପୁର ଗୋଷ୍ଠୀ ଶିକ୍ଷାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଦାନ କରୁଥିବା ଜଣାପଡିଛି । ଅପରପକ୍ଷେ ପୁଅର ମୃତ୍ୟୁ ସହଜ ଗ୍ରହଣ କରି ପାରୁନାହାନ୍ତି ପରିବାର ବର୍ଗ । ଘଟଣାର ସଠିକ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ସମ୍ପର୍କୀୟ ଓ ମୃତକର ବାପା ପ୍ରଦୀପ ଶବର କହିବା ଅନୁଯାୟି ଛାତ୍ର ଜଣକ ବହୁତ ଶାନ୍ତ ଶିଷ୍ଠ ଏବଂ ନିରୀହ ଅଟେ ସେ ଏଭଳି କେବେ କରି ପାରିବ ନାହିଁ ବୋଲି କହିଛନ୍ତି । ଶୁକ୍ରବାର ସକାଳେ ପିଲାର ଦେହ ଖରାପ ବୋଲି ତାଙ୍କୁ ବିଦ୍ୟାଳୟ କର୍ତୁପକ୍ଷ ଜଣାଇଥିଲେ । ତାଙ୍କ ବାପା ବିଦ୍ୟାଳୟରେ ପହଞ୍ଚିବା ପରେ ତାଙ୍କ ପୁଅର ଝୁଲନ୍ତା ଶବକୁ ଦେଖି ଚକିତ ହୋଇପଡିଥିଲେ । ତାଙ୍କ ପୁଅର ଉଚ୍ଚତା ୪ ଫୁଟ ମଧ୍ୟରେ ଥିବା ବେଳେ ପ୍ରାୟ ୧୨ ଫୁଟ ଉଚ୍ଚତାକୁ କେମିତି ଗାମୁଛା ବାନ୍ଧି ନିଜେ ନିଜର ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରି ପାରିବ ବୋଲି ପ୍ରଶ୍ନ କରିଛନ୍ତି । ବିଦ୍ୟାଳୟ କର୍ତୁପକ୍ଷଙ୍କ ଅବହେଳା ଏବଂ ସେଠାରେ କାମ କରୁଥିବା ପିଅନଙ୍କ ଅବହେଳାକୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତାଙ୍କ ପୁଅକୁ କେହି ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି । ପୁଟାସିଂ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି । ମାଜିଷ୍ଟ୍ରେଟ ଦାୟିତ୍ବରେ ଗୁଣପୁର ଅତିରିକ୍ତ ତହସିଲଦାର୍ ଅଂଶୁମାନ ପରିଡା ଉପସ୍ଥିତିରେ ଛାତ୍ରର ଝୁଲନ୍ତା ଶବକୁ ପୁଲିସ ଓଲ୍ଲାଇ ଥିଲା । ଏହାପରେ ଗୁଣପୁର ଉପଖଣ୍ଡସ୍ତରିୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପାଇିଁ ପଠାଇଥିଲା । ପଞ୍ଚମ ଶ୍ରେଣି ଛାତ୍ରର ଶବ ବ୍ୟବଛେଦ ସରିବା ପରେ ଦୀର୍ଘ ଘଣ୍ଟା ଧରି ଶବ ବ୍ୟବଚ୍ଛେଦ ଗୃହରେ ଛାତ୍ରର ଶବ ପଡିରହିଥିଲା । ବ୍ୟବଛେଦ ଶବକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବିରେ ଶବକୁ ଗ୍ରହଣ କରୁ ନଥିଲେ ପରିବାର ବର୍ଗ । ଦିର୍ଘ ସମୟ ବୁଝାସୁଝା ଓ ପ୍ରତିଶୃତି ପରେ ଶବକୁ ଗ୍ରହଣ କରିଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରେ ଗୁଣପୁର ତହସିଲଦାର୍ ଲିଳାବତୀ ଆଚାର୍ଯୀ, ଅତିରିକ୍ତ ତହସିଲଦାର୍ ଅଂଶୁମାନ ପରିଡା, ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ, ଗୁଣପୁର ଏସଡିପିଓ ବାବୁଲି ନାୟକ ପହଞ୍ଚି ପରିବାର କର୍ତୁପକ୍ଷ ଓ ଗ୍ରାମ ବାସିଙ୍କୁ ବୁଝାସୁଝା କରିଥିଲେ । ପରିବାର କର୍ତୁପକ୍ଷ କ୍ଷତିପୁରଣ ଦାବିରେ ଅଟଳ ରହିଛନ୍ତି । ଏଠାରେ ପ୍ରଶ୍ନ ଉଠିଛି ଯେ କାହାର ଅବହେଳା ଯୋଗୁଁ ଜଣେ ୧୧ ବର୍ଷର ନିରୀହ ଛାତ୍ରର ଜୀବନ ଗଲା ? ଏହା ହତ୍ୟା ନା ଆତ୍ମ ହତ୍ୟା ? ତାହା ଲୋକ ଲୋଚନା ଆସିବା ଜରୁରୀ ହୋଇପଡ଼ିଛି ନଚେତ୍ ସରକାରୀ ଶିକ୍ଷା ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ଅସ୍ତା ତୁଟି ଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।