ଗାୟତ୍ରୀ ବୈଷୟିକ ମହାବିଦ୍ୟାଳୟରେ ଯୁବ ମୋହତ୍ସବ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଯୁବ ମୋହତ୍ସବ ‘ଜେନିତ୍ ୧.୦’ ପାଳିତ ହୋଇଯାଇଛି । ଅନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ମହୋଦୟ ଏହାକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଓଡିଆ ଯାତ୍ରାଜଗତର ଚଚ୍ଚିର୍ତ ନାଟ୍ୟକାର ଏବଂ ଓଡିଆ ଚଳଚିତ୍ର ଜଗତର ସଂଳାପ ଲେଖକ ଶ୍ରୀଯୁକ୍ତ ବିଜୟ ଦାଶ ଯୋଗଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଓଡିଆ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ସୁଶ୍ରୀ ଡଃ. ଅନୁରାଧା ପାଣିଗ୍ରାହୀ ଓ ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟକ୍ରମର ବିଶେଷତ୍ଵ ବିଷୟରେ ଦିଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଫାର୍ମାସି ବିଭାଗର ପ୍ରିନ୍ସିପଲ୍ ଡଃ.ପ୍ରlକାଶ ଚନ୍ଦ୍ର ସେନାପତି, ଭାଇସ ପ୍ରିନ୍ସିପାଲ ଡଃ.କାହ୍ନୁ ଚରଣ ପାଣିଗ୍ରାହୀ, କମ୍ପ୍ୟୁଟର ବିଭାଗର ପ୍ରିନ୍ସିପାଲ ସମରଜିତ କର, ବି.ଏସ.ସି. ନର୍ସିଂ ବିଭାଗର ପ୍ରିନ୍ସିପାଲ ମନୋଜ କୁମାର ସାହୁ,ମାନେଜମେଣ୍ଟ ବିଭାଗର ଏଚ୍.ଓ.ଡି ମାନସ ରଞ୍ଜନ ସାମଲ, ପ୍ରଫେସର ଧବଳେଶ୍ଵର ପଟ୍ଟନାୟକ, ପ୍ରଫେସର ଜଗଦିଶ ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ପି.ଭି କୋଟେଶ୍ୱର ରାଓ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରାଯାଇଥିଲା । ପ୍ରିନ୍ସିପାଲ ଡଃ. ପ୍ରକାଶ ଚନ୍ଦ୍ର ସେନାପତି ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ପ୍ରିୟଙ୍କା ପାଢି ଓ ଅର୍ଚ୍ଚନା ପ୍ରିୟଦର୍ଶନି ଚାନ୍ଦ ସଂଯୋଜନା କରିଥିଲେ । ବୈଠକ ଶେଷରେ ଅତିଥିମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଭାଇସ୍ ପ୍ରିନ୍ସିପଲ୍ ଡଃ. କାହୁଁ ଚରଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ତାପରେ ପରେ ସାଂସ୍କୃତିକ ଉତ୍ସବ ଆରମ୍ଭ ହୋଇଥିଲା l ଏଥିରେ ଅନୁଷ୍ଠାନର ଫାର୍ମାସି, ଏମ.ସି.ଏ,ଏମ.ବି.ଏ, ବି.ଏସ.ସି ନର୍ସିଂ, ବି.ସି.ଏ ବିଭାଗର ଛାତ୍ରଛାତ୍ରୀ ରଙ୍ଗାରଙ୍ଗ ନୃତ୍ଯ ଓ ସଙ୍ଗିତ ପରିବେଷଣ କରିଥିଲେ । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଆ ସିନେ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି ଯୋଗ ଦେଇ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଶ୍ରୋତାବନ୍ଧୁଙ୍କୁ ସଙ୍ଗୀତରେ ମତୁଆଲା କରିଥିଲେ । ତାସାଙ୍ଗକୁ ଡିଜେ ରିସି ଆସି ଉପସ୍ଥିତ ଥିବା ସମସ୍ତଙ୍କୁ ଝୁମେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଲୋହା ବାଉରୀ, ମହାଲକ୍ଷ୍ମୀ ଦାସ, ଲକ୍ଷ୍ମୀନାରାୟଣ ସାହୁ, ଶାଶ୍ଵତୀ ବେହେରା, ଚୈତନ୍ୟ ପ୍ରଧାନୀ, ଚନ୍ଦନ ଦାସ, ଅଭିଳାଷ ଦାସ, ସୌମୀତ୍ରି ସାହୁ, ପ୍ରବିଣ ମିଶାଲ, ରାଜେଶ ଗଙ୍ଗା, ଏମ୍.ଚନ୍ଦ୍ରସେଖର, ମନସ୍ବିନୀ ବେହେରା, ତୃପ୍ତିମୟୀ ବେହେରା, ରାଜିବ ପଣ୍ଡା, ପ୍ରଫୁଲ୍ଲ ମହାନ୍ତି, ପ୍ରଫୁଲ୍ଲ ପଟ୍ଟନାୟକ, ବାବୁଲା ଦାସ, ବିଷ୍ଣୁ ରଥ, ଦେବେନ୍ଦ୍ର ମିଶାଲ, ରବି ଗୌଡ, ଜୁଜା ବିଡିକା, ମମତା ପଣ୍ଡା, ଅଭି ବେହେରା, ରାଜକୁମାର ବିଡିକା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।